


ବଲାଙ୍ଗିର, ୧୩ ଅକ୍ଟୋବର (ହି.ସ.)- ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଅନ୍ତର୍ଗତ ଚଲକି ପଂଚାୟତର ହୀରାପୁର ଗାଁ ଡମମରା ପାହାଡ଼ ନିକଟରେ ଥିବା କୂଅରେ ଖସିପଡିଛି ଏକ ହାତୀ । ଖବର ପାଇ ବନ ବିଭାଗ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଂଚି ହାତୀଟିକୁ ସୁରକ୍ଷିତ ଭାବେ କୂଅରୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚଳାଇଛନ୍ତି ।
ସୂଚନା ଅନୁଯାୟୀ, ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଅନ୍ତର୍ଗତ ଚଲକି ପଂଚାୟତର ହୀରାପୁର ଗାଁ ଡମମରା ପାହାଡ଼ ନିକଟରେ ଥିବା କୂଅରେ ହାତୀଟି ଖସି ପଡ଼ିଛି । ହାତୀଟି କୂଅରୁ ବାହାରକୁ ବାହାରିବାକୁ ଅପ୍ରାଣ ଉଦ୍ୟମ କରୁଥିଲେ ବି ତାହା ସମ୍ଭବ ହୋଇପାରୁନି । ଆଜି ସକାଳେ ଏ ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚିଛନ୍ତି । ହାତୀଟିକୁ କିପରି କୂଅ ଭିତରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ସେନେଇ ପ୍ରଚେଷ୍ଟା ଚଳାଇଛନ୍ତି । ଖବର ଲେଖାଯିବା ବେଳକୁ ଅପରାହ୍ନ ୧ଟା ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅଗ୍ନିଶମ ବିଭାଗ ଜେସିବି ସାହାଯ୍ୟରେ ହାତୀଟିକୁ କୂଅରୁ ବାହାର କରିବାକୁ ଉଦ୍ୟମ କରୁଛି । ହାତୀଟି ଗତକାଲି ରାତିରେ ଖାଦ୍ୟ ଅନ୍ୱେଷଣରେ ଆସି ଅନ୍ଧାରରେ ବାଟବଣା ହୋଇ କୂଅରେ ଖସି ପଡିଥିବା ଅନୁମାନ କରାଯାଉଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ