କୂଅରୁ ହାତୀ ଉଦ୍ଧାର
ବଲାଙ୍ଗିର, ୧୩ ଅକ୍ଟୋବର (ହି.ସ.)- ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଅନ୍ତର୍ଗତ ଚଲକି ପଂଚାୟତର ହୀରାପୁର ଗାଁ ଡମମରା ପାହାଡ଼ ନିକଟରେ ଥିବା କୂଅରେ ଖସିପଡିଥିଲା ଏକ ହାତୀ । ଖବର ପାଇ ବନ ବିଭାଗ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଂଚି ହାତୀଟିକୁ ସୁରକ୍ଷିତ ଭାବେ କୂଅରୁ ଉଦ୍ଧାର କରିଛନ୍ତି ।
କୂଅରେ ଖସିପଡିଲା ହାତୀ-୩

କୂଅରେ ଖସିପଡିଲା ହାତୀ-୨

ବଲାଙ୍ଗିର, ୧୩ ଅକ୍ଟୋବର (ହି.ସ.)- ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଅନ୍ତର୍ଗତ ଚଲକି ପଂଚାୟତର ହୀରାପୁର ଗାଁ ଡମମରା ପାହାଡ଼ ନିକଟରେ ଥିବା କୂଅରେ ଖସିପଡିଥିଲା ଏକ ହାତୀ । ଖବର ପାଇ ବନ ବିଭାଗ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଂଚି ହାତୀଟିକୁ ସୁରକ୍ଷିତ ଭାବେ କୂଅରୁ ଉଦ୍ଧାର କରିଛନ୍ତି ।

ସୂଚନା ଅନୁଯାୟୀ, ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଅନ୍ତର୍ଗତ ଚଲକି ପଂଚାୟତର ହୀରାପୁର ଗାଁ ଡମମରା ପାହାଡ଼ ନିକଟରେ ଥିବା କୂଅରେ ଗତକାଲି ରାତିରେ ହାତୀଟି ଖସି ପଡ଼ିଥିଲା । ହାତୀଟି କୂଅରୁ ବାହାରକୁ ବାହାରିବାକୁ ଅପ୍ରାଣ ଉଦ୍ୟମ କରିଥିଲେ ବି ତାହା ସମ୍ଭବ ହୋଇପାରିନଥିଲା । ଆଜି ସକାଳେ ଏ ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚିଥିଲେ । ହାତୀଟିକୁ କିପରି କୂଅ ଭିତରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ସେନେଇ ପ୍ରଚେଷ୍ଟା କରିଥିଲେ । ଅଗ୍ନିଶମ ବିଭାଗ ଜେସିବି ସାହାଯ୍ୟରେ ହାତୀଟିକୁ କୂଅରୁ ବାହାର କରିଥିଲେ । ହାତୀଟି ଗତକାଲି ରାତିରେ ଖାଦ୍ୟ ଅନ୍ୱେଷଣରେ ଆସି ଅନ୍ଧାରରେ ବାଟବଣା ହୋଇ କୂଅରେ ଖସି ପଡିଥିବା ଅନୁମାନ କରାଯାଉଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ

 rajesh pande