ସଜେଇ ହେଲାଣି ହବିଷ୍ୟାଳୀ କେନ୍ଦ୍ର, ସମସ୍ତ ବ୍ୟବସ୍ଥାକୁ ଚୂଡାନ୍ତ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ପୁରୀ, ୧୩ ଅକ୍ଟୋବର (ହି.ସ.)- ସଜେଇ ହେଲାଣି ପୁରୀର ୩ ହବିଷ୍ୟାଳୀ କେନ୍ଦ୍ର। ଅଧିର ଓ ଆତୁର ହେଲେଣି ହବିଷ୍ୟାଳୀ ମା ମାନେ ମହାପ୍ରଭୁଙ୍କ ପାଖକୁ ଆସିବା ପାଇଁ। ଶ୍ରୀକ୍ଷେତ୍ରରେ ରହିବେ ମାସେ। ସକାଳୁ ବୃନ୍ଦାବତୀ ପୂଜନ ସହ ଶ୍ରୀମନ୍ଦିରରେ ଚତୁର୍ଦ୍ଦା ମୂର୍ତ୍ତିଙ୍କ ଦର୍ଶନ କରିବେ। କଠୋର ସାଧନାର ମାସ କା
ସଜେଇ ହେଲାଣି ହବିଷ୍ୟାଳୀ କେନ୍ଦ୍ର।


ସଜେଇ ହେଲାଣି ହବିଷ୍ୟାଳୀ କେନ୍ଦ୍ର।


ପୁରୀ, ୧୩ ଅକ୍ଟୋବର (ହି.ସ.)- ସଜେଇ ହେଲାଣି ପୁରୀର ୩ ହବିଷ୍ୟାଳୀ କେନ୍ଦ୍ର। ଅଧିର ଓ ଆତୁର ହେଲେଣି ହବିଷ୍ୟାଳୀ ମା ମାନେ ମହାପ୍ରଭୁଙ୍କ ପାଖକୁ ଆସିବା ପାଇଁ। ଶ୍ରୀକ୍ଷେତ୍ରରେ ରହିବେ ମାସେ। ସକାଳୁ ବୃନ୍ଦାବତୀ ପୂଜନ ସହ ଶ୍ରୀମନ୍ଦିରରେ ଚତୁର୍ଦ୍ଦା ମୂର୍ତ୍ତିଙ୍କ ଦର୍ଶନ କରିବେ। କଠୋର ସାଧନାର ମାସ କାର୍ତ୍ତିକରେ ବେଳାଏ ମହାପ୍ରସାଦ ଖାଇ, ଭଜନ, କୀର୍ତ୍ତନରେ ମଜ୍ଜି ଯିବେ।ଗୋଟାଏ ମାସ ଭୁଲି ଯିବେ ପିଲା ଛୁଆ, ପରିବାର । ଜଗା ପାଦରେ ଲୟ ରଖି ଭୁଲିଯିବେ କୋଉଠୁ ଆସିଥିଲେ। ମାସକଯାକ କେବଳ ଗୋଟିଏ ଚିନ୍ତା ମହାପ୍ରଭୁଙ୍କ ଦର୍ଶନ, ତାଙ୍କ ଚିନ୍ତନ ଓ ତାଙ୍କ ପ୍ରତି ସମର୍ପଣ।

ଚଳିତ ମାସ ୨୬ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ବ୍ରତ ବା ରାଈଦାମୋଦର ବ୍ରତ। ଚଳିତ ବର୍ଷ ବୃନ୍ଦାବତୀ ନିବାସ, ମୋଚି ସାହି କଲ୍ୟାଣ ମଣ୍ଡପ ଓ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସରେ ରହଣି ବ୍ୟବସ୍ଥା କରାଯାଇଛି। ଶ୍ରୀକ୍ଷେତ୍ରରେ ସରକାରୀ ବ୍ୟବସ୍ଥା ମଧ୍ୟରେ ରହିବାକୁ ଚାହୁଁଥିବା ହବିଷ୍ୟାଳୀ ମା ମାନେ ଅନଲାଇନ ମାଧ୍ୟମରେ ରେଜିଷ୍ଟ୍ରେସନ କରାଇ ସାରିଛନ୍ତି। ପ୍ରଶାସନ ସେଗୁଡିକର ଯାଞ୍ଚ କରି ଯୋଗ୍ଯ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରୁଛି। ଯାଞ୍ଚ ପରେ ଯୋଗ୍ୟ ହିତାଧିକାରୀଙ୍କୁ ସେମାନେ ପଞ୍ଜିକୃତ କରିଥିବା ଫୋନ ନମ୍ବର ବା ଇମେଲ ମାଧ୍ୟମରେ କେଉଁ ତାରିଖରେ କେଉଁଠାକୁ ଆସିବେ ଜଣାଇ ଦିଆଯିବ। ଚଳିତ ବର୍ଷ ହବିଷ୍ୟାଳୀ ମା' ମାନଙ୍କୁ ଅକ୍ଟୋବର ୨୫ ତାରିଖରେ ନିର୍ଦ୍ଧାରିତ କେନ୍ଦ୍ର ମାନଙ୍କରେ ପହଞ୍ଚିବାକୁ ଅବଗତ କରାଯିବ ବୋଲି ସୂଚନା ମିଳିଛି। ସମସ୍ତ ହବିଷ୍ୟାଳୀ କେନ୍ଦ୍ର ମାନଙ୍କରେ ମା' ମାନଙ୍କର ସୁବିଧାରେ ରହଣୀ, ଚିକିତ୍ସା ସୁବିଧା, ବୃନ୍ଦାବତୀ ପୂଜନ, ସକାଳୁ ମହାପ୍ରଭୁଙ୍କ ଦର୍ଶନ, ମହାପ୍ରସାଦ ସେବନ, ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟବସ୍ଥା ସହ କୌଣସି ମା' ମାନଙ୍କର ଯେପରି ଅସୁବିଧା ନ ହୁଏ ସେଥିପାଇଁ ସମସ୍ତେ ସମ୍ବେଦନଶୀଳ ହୋଇ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଦିବ୍ଯଜ୍ୟୋତି ପରିଡା ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବରୁ ଜିଲ୍ଲାପାଳ ଶ୍ରୀ ପରିଡା ଏକାଧିକ ବୈଠକ ମାଧ୍ୟମରେ ସମୀକ୍ଷା କରି ସମସ୍ତ ସୁବିଧାକୁ ତଦାରଖ କରିଛନ୍ତି। ବରିଷ୍ଠ ଅଧିକାରୀ ମାନେ ସମସ୍ତ ତିନୋଟି ହବିଷ୍ୟାଳୀ କେନ୍ଦ୍ରର ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକ ମରାମତି ଓ ସୁବିଧା ସୁଯୋଗକୁ ସୁନିଶ୍ଚିତ କରୁଛନ୍ତି। ଆବେଦନ କରିଥିବା ମା' ମାନେ ମଧ୍ୟ ଦାୟିତ୍ଵରେ ଥିବା ଅଧିକାରୀ ମାନଙ୍କୁ ଫୋନ କରି ସେମାନଙ୍କ ଆଗମନ ପାଇଁ ଉତ୍କଣ୍ଠା ପ୍ରକାଶ କଲେଣି।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande