
ଭୁବନେଶ୍ଵର, ୧୩ ଅକ୍ଟୋବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଗଜପତି ଜିଲ୍ଲାର ଗୁମ୍ମାରେ ସର୍ବାଧିକ ୪୨.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ୧୮.୦ ମି.ମି., ରାଇକିଆରେ ୧୪.୨ ମି.ମି., କେନ୍ଦୁଝର ଜିଲ୍ଲାର କେନ୍ଦୁଝରଗଡ଼ରେ ୭.୦ ମି.ମି., ଗଜପତି ଜିଲ୍ଲାର କାଶୀନଗରରେ ୪.୮ ମି.ମି., ଖୋର୍ଦ୍ଧା ଜିଲ୍ଲାର ବାଣପୁରରେ ୪.୦ ମି.ମି., ଗଞ୍ଜାମ ଜିଲ୍ଲାର ପୁରୁଷୋତମପୁରରେ ୨.୪ ମି.ମି. ଏବଂ ଖୋର୍ଦ୍ଧା ଜିଲ୍ଲାର ଚିଲିକାରେ ୨.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ