ସମ୍ବଲପୁର ଓ ସାନ୍ତ୍ରାଗାଛି ମଧ୍ୟରେ ଚାଲିବ ସ୍ୱତନ୍ତ୍ର ପୂଜା ଟ୍ରେନ
ଭୁବନେଶ୍ୱର, ୧୩ ଅକ୍ଟୋବର (ହି.ସ.)-ଆଗାମୀ ଦୁର୍ଗା ପୂଜା ଓ ଦୀପାବଳି ଉତ୍ସବ ସମୟରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ, ଯାତ୍ରୀଙ୍କ ସୁବିଧାଜନକ ଯାତ୍ରା ଏବଂ ଅତିରିକ୍ତ ଭିଡ଼ ପରିଚାଳନା ପାଇଁ ଗୁରୁତ୍ୱପୂର୍ଣ୍ଣ ମାର୍ଗରେ ଅତିରିକ୍ତ ସ୍ୱତନ୍ତ୍ର ପୂଜା ଟ୍ରେନ୍ ଚଳାଚଳ କରାଯିବ। ଟ୍ର
trains


ଭୁବନେଶ୍ୱର, ୧୩ ଅକ୍ଟୋବର (ହି.ସ.)-ଆଗାମୀ ଦୁର୍ଗା ପୂଜା ଓ ଦୀପାବଳି ଉତ୍ସବ ସମୟରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ, ଯାତ୍ରୀଙ୍କ ସୁବିଧାଜନକ ଯାତ୍ରା ଏବଂ ଅତିରିକ୍ତ ଭିଡ଼ ପରିଚାଳନା ପାଇଁ ଗୁରୁତ୍ୱପୂର୍ଣ୍ଣ ମାର୍ଗରେ ଅତିରିକ୍ତ ସ୍ୱତନ୍ତ୍ର ପୂଜା ଟ୍ରେନ୍ ଚଳାଚଳ କରାଯିବ।

ଟ୍ରେନ୍ ନଂ ୦୮୩୦୩ ସମ୍ବଲପୁର - ସାନ୍ତ୍ରାଗାଛି ସ୍ୱତନ୍ତ୍ର ଟ୍ରେନ୍ ୧୪ ଅକ୍ଟୋବରରୁ ୨୧ ଅକ୍ଟୋବର ପର୍ଯ୍ୟନ୍ତ ପ୍ରତ୍ୟେକ ବୁଧବାର ଅପରାହ୍ନ ୪:୧୫ ରେ ସମ୍ବଲପୁରରୁ ଛାଡ଼ିବ ଏବଂ ପରଦିନ ଭୋର ୨:୦୦ ଟାରେ ସାନ୍ତ୍ରାଗାଛିରେ ପହଂଚିବ।ଫେରନ୍ତା ଯାତ୍ରାରେ, ଟ୍ରେନ୍ ନଂ ୦୮୩୦୪ ସାନ୍ତ୍ରାଗାଛି - ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ୍ ୧୫ ଅକ୍ଟୋବରରୁ ୨୨ ଅକ୍ଟୋବର ପର୍ଯ୍ୟନ୍ତ ପ୍ରତ୍ୟେକ ଗୁରୁବାର ସନ୍ଧ୍ୟା ୭:୦୫ ରେ ସାନ୍ତ୍ରାଗାଛିରୁ ଛାଡ଼ିବ ଏବଂ ଶୁକ୍ରବାର ସକାଳ ୭:୪୫ ରେ ସମ୍ବଲପୁରରେ ପହଂଚବ।

ଏହି ଟ୍ରେନ୍ଗୁଡ଼ିକ ରାସ୍ତାରେ ବିଭିନ୍ନ ଷ୍ଟେସନରେ ରହଣି କରିବ, ଯେଉଁଥିରେ ରେଙ୍ଗାଲି, ଝାରସୁଗୁଡ଼ା ଜଙ୍କସନ୍, ରାଜଗାଙ୍ଗପୁର, ରାଉରକେଲା, ଚକ୍ରଧରପୁର, ଟାଟାନଗର ଜଙ୍କସନ୍, ଖଡ଼ଗପୁର ଜଙ୍କସନ୍ ଏବଂ ଉଲୁବେରିଆ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ବାଗଡିହି, ବାମରା, ଗରପୋଷ, ବିଶ୍ରା, ମନୋହରପୁର, ରାଜଖରସୁଆଁ ଜଙ୍କସନ୍, ଝାଡ଼ଗ୍ରାମ, ପାନ୍ସକୁରା ଏବଂ ବାଗନାନ ଷ୍ଟେସନରେ ମଧ୍ୟ ଅତିରିକ୍ତ ରହଣି ବ୍ୟବସ୍ଥା କରାଯାଇଛି। ଏହି ସ୍ୱତନ୍ତ୍ର ଟ୍ରେନରେ ମୋଟ ୨୧ଟି କୋଚ ରହିବ।

ଟ୍ରେନ୍ ସମ୍ବନ୍ଧୀୟ ଅପଡେଟ୍ ସୂଚନା ପାଇଁ, ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ 'ନ୍ୟାସନାଲ୍ ଟ୍ରେନ୍ ଏନକ୍ୱାରୀ ସିଷ୍ଟମ୍ କୁ ଭିଜିଟ୍ କରନ୍ତୁ କିମ୍ବା ରେଳବାଇର ଅଫିସିଆଲ୍ ୱେବସାଇଟ୍ ଯାଂଚ କରିପାରିବେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande