ବିଦାୟୀ ରାଜ୍ୟପାଳଙ୍କୁ ଭେଟିଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୩ ଅକ୍ଟୋବର (ହି.ସ.)- ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମଙ୍ଗଳବାର ଦିନ ଲୋକ ଭବନ ଠାରେ ବିଦାୟୀ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କୁ ସାକ୍ଷାତ କରିଥିଲେ। ଏହି ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଓଡ଼ିଶାର ରାଜ୍ୟପାଳ ଭାବେ ଡ. ହରିବାବୁ କମ୍ଭମପାଟିଙ୍କ କାର୍ଯ୍
dfgdrj


ଭୁବନେଶ୍ୱର, ୧୩ ଅକ୍ଟୋବର (ହି.ସ.)- ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମଙ୍ଗଳବାର ଦିନ ଲୋକ ଭବନ ଠାରେ ବିଦାୟୀ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କୁ ସାକ୍ଷାତ କରିଥିଲେ।

ଏହି ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଓଡ଼ିଶାର ରାଜ୍ୟପାଳ ଭାବେ ଡ. ହରିବାବୁ କମ୍ଭମପାଟିଙ୍କ କାର୍ଯ୍ୟକାଳ ସର୍ବଦା ପ୍ରେରଣାଦାୟୀ ହୋଇ ରହିବ। ରାଜ୍ୟର ବିକାଶ ସହ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ତାଙ୍କର ମୂଲ୍ୟବାନ ସେବା ନିମନ୍ତେ ମୋର ଆନ୍ତରିକ କୃତଜ୍ଞତା ଜଣାଉଛି। ଜନସାଧାରଣଙ୍କ ନିକଟରେ ପହଂଚିବା ଏବଂ ସାମ୍ବିଧାନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଆପଣଙ୍କ ଅବଦାନ ସର୍ବଦା ମାର୍ଗଦର୍ଶନ କରିବ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆପଣଙ୍କ ସୁସ୍ଥ, ସମୃଦ୍ଧ ଓ ମଙ୍ଗଳମୟ ଜୀବନ କାମନା କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande