ନବରାତ୍ରୀର ତୃତୀୟ ଦିବସରେ ମା' ଚନ୍ଦ୍ରଘଣ୍ଟାଙ୍କୁ ପ୍ରଣାମ କଲେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 13 ଅକ୍ଟୋବର (ହି.ସ.)- ନବରାତ୍ରୀର ତୃତୀୟ ଦିବସରେ ମା'' ଚନ୍ଦ୍ରଘଣ୍ଟାଙ୍କୁ ପ୍ରଣାମ କରିଛନ୍ତି ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ନବରାତ୍ରୀର ତୃତୀୟ ଦିବସରେ ମା'' ଚ
ଚନ୍ଦ୍ରଘଂଟା


ଭୁବନେଶ୍ୱର, 13 ଅକ୍ଟୋବର (ହି.ସ.)- ନବରାତ୍ରୀର

ତୃତୀୟ ଦିବସରେ ମା' ଚନ୍ଦ୍ରଘଣ୍ଟାଙ୍କୁ

ପ୍ରଣାମ କରିଛନ୍ତି ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ନବରାତ୍ରୀର ତୃତୀୟ ଦିବସରେ ମା' ଚନ୍ଦ୍ରଘଣ୍ଟାଙ୍କୁ କୋଟି କୋଟି ପ୍ରଣାମ। ମା' ଚନ୍ଦ୍ରଘଣ୍ଟା ସମସ୍ତଙ୍କୁ ଆଶିଷ ଓ କୃପା ପ୍ରଦାନ କରନ୍ତୁ।

ଉପମୁଖ୍ୟମନ୍ତ୍ରୀ କନକ

ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ନବରାତ୍ରୀର ତୃତୀୟ ଦିବସରେ ମା' ଚନ୍ଦ୍ରଘଣ୍ଟା ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ ଅର୍ପଣ କରୁଅଛି।

ମା'ଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନରେ ସୁଖ ଓ ଶାନ୍ତି ଭରିଯାଉ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande