ଜମି ମ୍ୟୁଟେସନ୍ ପାଇଁ ଲାଂଚ ନେଇ ସଇଁତଳା ଆର ଆଇ ଦୁର୍ନୀତି ନିବାରଣ ବିଭାଗ କାବୁରେ
ବଲାଙ୍ଗୀର, ୧୩ ଅକ୍ଟୋବର(ହି.ସ.) – ଆଜି ଅର୍ଥାତ୍ ୧୩.୧୦.୨୦୨୬ ରିଖରେ, କିଛି ସମୟ ପୂର୍ବରୁ, ବଲାଙ୍ଗୀର ଜିଲ୍ଲା ସଇଁତଳା ରାଜସ୍ୱ ସର୍କଲର ରାଜସ୍ୱ ନିରୀକ୍ଷକ (ଜ.ଓ) ଆଲାନ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ବିଭାଗ ଗିରଫ କରିଛି। ଏକ ମ୍ୟୁଟେସନ୍ (ଜମି ସ୍ୱତ୍ୱାଧିକାର ପରିବର୍ତନ) ମାମଲାରେ ଜଣେ ଆବେଦନକାର
ଜମି ମ୍ୟୁଟେସନ୍  ପାଇଁ ଲାଞ୍ଚ ନେଇ ସଇଁତଳା ଆର ଆଇ ଦୁର୍ନୀତି ନିବାରଣ ବିଭାଗ କାବୁରେ


ବଲାଙ୍ଗୀର, ୧୩ ଅକ୍ଟୋବର(ହି.ସ.) – ଆଜି ଅର୍ଥାତ୍ ୧୩.୧୦.୨୦୨୬ ରିଖରେ, କିଛି ସମୟ ପୂର୍ବରୁ, ବଲାଙ୍ଗୀର ଜିଲ୍ଲା ସଇଁତଳା ରାଜସ୍ୱ ସର୍କଲର ରାଜସ୍ୱ ନିରୀକ୍ଷକ (ଜ.ଓ) ଆଲାନ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ବିଭାଗ ଗିରଫ କରିଛି। ଏକ ମ୍ୟୁଟେସନ୍ (ଜମି ସ୍ୱତ୍ୱାଧିକାର ପରିବର୍ତନ) ମାମଲାରେ ଜଣେ ଆବେଦନକାରୀଙ୍କ କୃଷି ଜମିକୁ ବାସୋପଯୋଗୀ ଜମିରେ ପରିଣତ କରିବା ପାଇଁ ଫାଇଲ୍ ପ୍ରକ୍ରିୟାକରଣ ଓ କ୍ଷେତ୍ରସ୍ତରୀୟ ତଦନ୍ତ ରିପୋର୍ଟ ସକ୍ଷମ କର୍ତୃପକ୍ଷଙ୍କ ନିକଟରେ ଦାଖଲ କରିବା ବଦଳରେ ସେ ୩,୦୦୦ ଟଙ୍କା ଲାଂଚ ଦାବି କରି ନେଉଥିବା ବେଳେ ଧରାପଡ଼ିଥିଲେ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସରକାରୀ ନିୟମାବଳୀ ଅନୁଯାୟୀ ଆବେଦନକାରୀ ଏଥିପାଇଁ ୦୭.୦୯.୨୦୨୬ ରିଖରେ ଅନଲାଇନ୍ରେ ଆବେଦନ କରିଥିଲେ। ଆବେଦନକାରୀ (ଅଭିଯୋଗକାରୀ) ବାରମ୍ବାର ଅନୁରୋଧ କରିବା ସତ୍ୱେ, ଅଭିଯୁକ୍ତ ଆର.ଆଇ. ଶ୍ରୀ ବେହେରା ବିନା କୌଣସି କାରଣରେ ଏହି ପ୍ରକ୍ରିୟା ଆରମ୍ଭ କରୁନଥିଲେ।

ତାଙ୍କ ସପକ୍ଷରେ ଜଙଜ (ଜମି ରେକର୍ଡ) ପ୍ରସ୍ତୁତ କରିବା ପାଇଁ। ଯେତେବେଳେ ଅଭିଯୋଗକାରୀ ଲାଂଚ ବାବଦରେ ଦାବି କରାଯାଇଥିବା ଅର୍ଥ ଦେବାରେ ଅସମର୍ଥତା ପ୍ରକାଶ କଲେ, ସେତେବେଳେ ଅଭିଯୁକ୍ତ ଆର୍ ଆଇ ଲାଂଚର ପରିମାଣକୁ ୩,୦୦୦ ଟଙ୍କାକୁ ହ୍ରାସ କରିଦେଲେ। ଏଥିରେ ଅସନ୍ତୁଷ୍ଟ ହୋଇ ଏବଂ ଦାବି ପୂରଣ କରିବାରେ ଅସମର୍ଥ ହୋଇ, ଅଭିଯୋଗକାରୀ ଭିଜିଲାନ୍ସ କର୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ସୂଚନା ପାଇବା ପରେ, ଓଡ଼ିଶା ଭିଜିଲାନ୍ସର ଏକ ଟିମ୍ ଆଜି ଅଭିଯୋଗ କାରୀଙ୍କ ଠାରୁ ୩,୦୦୦ ଟଙ୍କା ଲାଂଚ ନେଉଥିବା ସମୟ ରେ ଅଭିଯୁକ୍ତ ଶ୍ରୀ ବେହେରାଙ୍କୁ କାବୁ କରିଥିଲା। ଅଭିଯୁକ୍ତ ଶ୍ରୀ ବେହେରାଙ୍କ ନିକଟରୁ ସମୁଦାୟ ୩,୦୦୦ ଟଙ୍କା ଲାଂଚ ଅର୍ଥ ଉଦ୍ଧାର କରାଯାଇ ଜବତ କରାଯାଇଛି।

ଏହି ଟ୍ରାପ୍(ଫାନ୍ଦ) ପରେ, ଆୟ-ବହିର୍ଭୂତ ସମ୍ପତି ମାମଲା ଦୃଷ୍ଟିକୋଣରୁ ଶ୍ରୀ ବେହେରାଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ଉ ଚାଲିଛି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande