
ଭୁବନେଶ୍ୱର, ୧୩ ଅକ୍ଟୋବର (ହି.ସ.)- ଓଡ଼ିଶା ସଚିବାଳୟ ସରକାରୀ ଗ୍ରୁପ୍-ଡି କର୍ମଚାରୀ ସଂଘର ନବନିର୍ବାଚିତ ସଭାପତି ପ୍ରଫୁଲ୍ଲ କୁମାର ବାହିନୀପତି ଏବଂ ସାଧାରଣ ସମ୍ପାଦକ ଜ୍ଞାନେନ୍ଦ୍ର ଚନ୍ଦ୍ର ଶତପଥୀଙ୍କ ସମେତ ସଂଘର ଅନ୍ୟାନ୍ୟ କର୍ମକର୍ତାମାନେ ମଙ୍ଗଳବାର ଆଇନ ମନ୍ତତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ସମସ୍ତ ନବନିର୍ବାଚିତ କର୍ମକର୍ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଆଗାମୀ କାର୍ଯ୍ୟକାଳ ସଫଳ ଓ ମଙ୍ଗଳମୟ ହେଉ ବୋଲି କାମନା କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା