ରାଜ୍ୟପାଳଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଲେ ପୂର୍ତ ମନ୍ତ୍ରୀ
ଭୁବନେଶ୍ୱର, ୧୩ ଅକ୍ଟୋବର (ହି.ସ.)- ରାଜ୍ୟ ଆଇନ ତଥା ପୂର୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଙ୍ଗଳବାର ଲୋକଭବନଠାରେ ଓଡ଼ିଶାର ରାଜ୍ୟପାଳ ଡଃ ହରିବାବୁ କମ୍ଭମପାଟିଙ୍କୁ ସାକ୍ଷାତ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ରାଜ୍ୟପାଳଙ୍କୁ ରାଜ୍ୟର ବିକାଶ, ଜନସା
hftuolu;p


ଭୁବନେଶ୍ୱର, ୧୩ ଅକ୍ଟୋବର (ହି.ସ.)- ରାଜ୍ୟ ଆଇନ ତଥା ପୂର୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଙ୍ଗଳବାର ଲୋକଭବନଠାରେ ଓଡ଼ିଶାର ରାଜ୍ୟପାଳ ଡଃ ହରିବାବୁ କମ୍ଭମପାଟିଙ୍କୁ ସାକ୍ଷାତ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଛନ୍ତି।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ରାଜ୍ୟପାଳଙ୍କୁ ରାଜ୍ୟର ବିକାଶ, ଜନସାଧାରଣଙ୍କ କଲ୍ୟାଣ ତଥା ସାମ୍ବିଧାନିକ ମୂଲ୍ୟବୋଧର ସୁରକ୍ଷା ପ୍ରତି ତାଙ୍କର ନିଷ୍ଠାପର ଅବଦାନ ଓ ସମର୍ପିତ ସେବା ପାଇଁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଥିଲେ। ଅବଦାନ, ଦୃଢ଼ ପ୍ରଶାସନିକ ଦକ୍ଷତା ଏବଂ ସରକାରଙ୍କୁ ତାଙ୍କର ମୂଲ୍ୟବାନ ମାର୍ଗଦର୍ଶନ ସବୁବେଳେ ସ୍ମରଣୀୟ ରହିବ। ରାଜ୍ୟର ବିକାଶ ଓ ଶାସନ ବ୍ୟବସ୍ଥାକୁ ସଠିକ୍ ଦିଗରେ ପରିଚାଳନା କରିବାରେ ତାଙ୍କର ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ସେ କହିଥିଲେ।

ଏହାସହ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କର ଆଗାମୀ ଜୀବନ ସୁସ୍ଥ ଓ ନିରମୟ ହେଉ ବୋଲି କାମନା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande