ଓଡ଼ିଆ ଭାଷାସାହିତ୍ୟ ପତ୍ରିକା ଆକଳନ'ର ଶାରଦୀୟ ସଂଖ୍ୟା ଉନ୍ମୋଚନ, ଆକଳନ ପତ୍ରିକା ଲେଖକ ଓ ପାଠକର ସମ୍ପର୍କର ସେତୁ
ଭଦ୍ରକ, ୧୪ ଅକ୍ଟୋବର (ହି.ସ.) - ଭଦ୍ରକରୁ ପ୍ରକାଶ ପାଉଥିବା ଓଡ଼ିଶାର ଏକମାତ୍ର ସମୀକ୍ଷାସମୃଦ୍ଧ ଓ ସମାଲୋଚନାମୂଳକ ସାହିତ୍ୟ ପତ୍ରିକା ଆକଳନର ଶାରଦୀୟ ସଂଖ୍ୟା ଉନ୍ମୋଚିତ ହୋଇଯାଇଛି।ପତ୍ରିକାର ସମ୍ପାଦକ ପ୍ରଫେସର ଡ ଶଶଧର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଆଲୋଚନା ଆସରରେ ଅତିଥିମାନେ କହିଥିଲେ ଯେ ଆ
AKALANA SARADIYA SANKHYA UNMOCHANA


ଭଦ୍ରକ, ୧୪ ଅକ୍ଟୋବର (ହି.ସ.) - ଭଦ୍ରକରୁ ପ୍ରକାଶ ପାଉଥିବା ଓଡ଼ିଶାର ଏକମାତ୍ର ସମୀକ୍ଷାସମୃଦ୍ଧ ଓ ସମାଲୋଚନାମୂଳକ ସାହିତ୍ୟ ପତ୍ରିକା ଆକଳନର ଶାରଦୀୟ ସଂଖ୍ୟା ଉନ୍ମୋଚିତ ହୋଇଯାଇଛି।ପତ୍ରିକାର ସମ୍ପାଦକ ପ୍ରଫେସର ଡ ଶଶଧର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଆଲୋଚନା ଆସରରେ ଅତିଥିମାନେ କହିଥିଲେ ଯେ ଆକଳନ ଓଡ଼ିଆ ପତ୍ରିକାରାଜ୍ୟରେ ଏକ ଭିନ୍ନରୁଚିର ପତ୍ରିକା ଯାହା ଲେଖକ ଓ ପାଠକ ମଧ୍ୟରେ ସମ୍ପର୍କ ତିଆରି କରେ। ମୁଖ୍ୟବକ୍ତା ପ୍ରଫେସର ଡ ବ୍ରଜମୋହନ ମିଶ୍ର କହିଲେ ଯେ ଆକଳନ ହେଉଛି ଏକ ଆସ୍ପୃହାର,ଏକ ଆମନ୍ତ୍ରଣ ଓ ଏକ ଆହ୍ୱାନ। ମୁଖ୍ୟଅତିଥି ପ୍ରଫେସର ଶୈଳେନ୍ଦ୍ର ମହାପାତ୍ର କହିଲେ ଯେ ଜଣେ ପ୍ରକୃତ ସମାଲୋଚକ ପାଠକର ଆଖି ଖୋଲିଦିଏ। ପୁନଶ୍ଚ ଏହା ଲେଖକ ସହ ପାଠକର ସମ୍ପର୍କ ଯୋଡି ଦିଏ। ବିଗତ ଦଶବର୍ଷ ଧରି କ୍ରମାଗତ ଭାବରେ ପ୍ରକାଶ ପାଉଥିବା ଏକମାତ୍ର ସମୀକ୍ଷାସମୃଦ୍ଧ ଓ ସମାଲୋଚନାମୂଳକ ସାହିତ୍ୟ ପତ୍ରିକାର ପାଠକ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।ସାହିତ୍ୟର ଏହି ଉପେକ୍ଷିତ ବିଭାଗ ପ୍ରତି ଉଭୟ ଲେଖକ ଓ ପାଠକର ଦୃଷ୍ଟି ଫେରିଛି ବୋଲି ସମ୍ପାଦକ ଡ ଶଶଧର ଦାସ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଡ ଗୋଲୋକ ବିହାରୀ ସାହୁ, ଡ ରାମଚନ୍ଦ୍ର ପଣ୍ଡା ଓ ପ୍ରାଧ୍ୟାପିକା ଡ ରାଧାରାଣୀ ମହାପାତ୍ର ,ଡ ସୁଧାଂଶୁ ଶେଖର ନାୟକ ଆକଳନ ପତ୍ରିକାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ନିଜର ମତାମତ ପ୍ରଦାନ କରିଥିଲେ। ଭଦ୍ରକ ଜିଲ୍ଲାର ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀଙ୍କ ମଧ୍ୟରେ ଝରଣା ପଟ୍ଟନାୟକ, ଗୋବର୍ଦ୍ଧନ ସାମଲ, ପ୍ରୀତିଲତା ପଣ୍ଡା,ସଂଯୁକ୍ତା ବଳନାୟକ, ଆନନ୍ଦ ଚନ୍ଦ୍ର ଦାସ, ରମେଶ ଦାସ,ମଧୁସୂଦନ ପାଣିଗ୍ରାହୀ,ବିପ୍ଳବ ହୋତା, ନିହାର କୁମାର ଦାସ, ପ୍ରମୋଦ ରାୟ, ପ୍ରଜ୍ଞାନ ଦାସ ,ମଞ୍ଜୁଲତା ଦାସ,ସଂଗୀତା ଆଇଚ,ଡାକ୍ତର ଚିତରଞ୍ଜନ ମହାନ୍ତି,ସୁନୀତି ମହାନ୍ତି, ପ୍ରମୋଦା ପଣ୍ଡା, ଡ ରାଇମୋହନ ମହାପାତ୍ର, ଭରତ ଚନ୍ଦ୍ର ଦାଶ, ଗାୟତ୍ରୀ ଦାଶ ପ୍ରମୁଖ ଯୋଗ ଦେଇଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande