ବନ୍ୟା ବିତିବାର ଦୁଇ ମାସ ପରେ ଆସିଲା ରିଲିଫ୍, ହେଲେ ଦେଖାନାହାଁନ୍ତି ଦାୟିତ୍ୱଜ୍ଞାନହୀନ ବାବୁ'!
ଭଦ୍ରକ, ୧୪ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକ ଭଗବାନପୁର ପଂଚାୟତରେ ପ୍ରଶାସନିକ ଅବହେଳା, ଘଂଟା ଘଂଟା ଖରାରେ ଅପେକ୍ଷା କଲେ ଅସହାୟ ହିତାଧିକାରୀ,ପ୍ରାକୃତିକ ବିପର୍ଯ୍ୟୟର ମାଡ଼ ପରେ ଲୋକଙ୍କ ଦୁଃଖ ଦୂର କରିବା ପାଇଁ ସରକାର ସହାୟତାର ହାତ ବଢ଼ାଉଛନ୍ତି ସତ, କିନ୍ତୁ ତୃଣମୂଳ ସ୍ତରରେ କିଛି ଅଧ
BANYA DUI MASA PARE ASILA RELIEF


ଭଦ୍ରକ, ୧୪ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକ ଭଗବାନପୁର ପଂଚାୟତରେ ପ୍ରଶାସନିକ ଅବହେଳା, ଘଂଟା ଘଂଟା ଖରାରେ ଅପେକ୍ଷା କଲେ ଅସହାୟ ହିତାଧିକାରୀ,ପ୍ରାକୃତିକ ବିପର୍ଯ୍ୟୟର ମାଡ଼ ପରେ ଲୋକଙ୍କ ଦୁଃଖ ଦୂର କରିବା ପାଇଁ ସରକାର ସହାୟତାର ହାତ ବଢ଼ାଉଛନ୍ତି ସତ, କିନ୍ତୁ ତୃଣମୂଳ ସ୍ତରରେ କିଛି ଅଧିକାରୀଙ୍କ ବେପାରୁଆ ମନୋଭାବ ସରକାରଙ୍କ ସବୁ ଉଦ୍ୟମକୁ ପାଣିରେ ପକାଉଛି। ଧାମନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ପଂଚାୟତରେ ଏଭଳି ଏକ ଅମାନବୀୟ ଓ ଦାୟିତ୍ୱହୀନ ଚିତ୍ର ଦେଖିବାକୁ ମିଳିଛି। ବନ୍ୟାର ଦୁଇ ମାସ ପରେ ରିଲିଫ୍ ଚାଉଳ ବଂଟନ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା, ହେଲେ ପଂଚାୟତ ନିର୍ବାହୀ ଅଧିକାରୀ ଙ୍କ ଦେଖା ନମିଳିବାରୁ ଶହ ଶହ ଅସହାୟ ଲୋକ ଖରାରେ ବସି ହଇରାଣ ହୋଇଛନ୍ତି। ଆଜି ସକାଳ ୯ ଟା ରୁ ଭିନ୍ନକ୍ଷମ, ବୃଦ୍ଧବୃଦ୍ଧା ଏବଂ ଗରିବ ମହିଳାମାନେ ପଂଚାୟତ କାର୍ଯ୍ୟାଳୟ ସାମନାରେ ଧାଡ଼ି ବାନ୍ଧି ବସିରହିଥିଲେ। ହେଲେ ଦିନ ୧୧ ଟା ବାଜି ସାରିଥିଲେ ମଧ୍ୟ ସମ୍ପୃକ୍ତ ବାବୁ' ଙ୍କର କୌଣସି ପତା ନଥିଲା। ଘରଦ୍ୱାର ହରାଇ ଭାଙ୍ଗି ପଡ଼ିଥିବା କିଛି ବୃଦ୍ଧ ଓ ମହିଳାଙ୍କ କୋହଭରା ସଂଳାପ ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି, ଆଜି ଚାଉଳ ମିଳିବ ବୋଲି ସକାଳୁ ଭୋକଉପାସରେ ଆସି ବସିଛୁ। ଏ ବାବୁ ମାନଙ୍କର କ’ଣ ଦୟା ମାୟା ନାହିଁ ଆମେ କେତେବେଳେ ଯାଏଁ ଏମିତି ଖରାରେ ବସିଥିବୁ ଗତଥର ବି ଏମିତି ଡକାଇ ଫେରାଇ ଦେଇଥିଲେ। ଆଜି ପୁଣି ସକାଳୁ ଆସି ବସିଛୁ, ହେଲେ ପଂଚାୟତ ଅଫିସ୍ ଖୋଲୁନି କି କେହି ଅଧିକାରୀ ଶୁଣୁନାହାନ୍ତି। ଫୋନ୍ କଲେ କିଏ ଫୋନ୍ ବି ଉଠାଉନି। ଆମ ଭାଗ୍ୟରେ କ’ଣ ସବୁବେଳେ ଏମିତି ଦୁର୍ଦ୍ଦଶା ଲେଖାଅଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ପଂଚାୟତ ନିର୍ବାହୀ ଅଧିକାରୀଜଣକ ପୂର୍ବରୁ ମଧ୍ୟ ଏଭଳି ଦାୟିତ୍ୱହୀନତା ପ୍ରଦର୍ଶନ କରିଛନ୍ତି। ବାରମ୍ବାର ଫୋନ୍ କଲେ ମଧ୍ୟ ସେ ଫୋନ୍ ଉଠାଇ ନାହାନ୍ତି। ପ୍ରଶ୍ନ ହେଉଛି ଏହା କ’ଣ ରିଲିଫ୍ ବାଂଟିବା ନାଁରେ ଗରିବ ଲୋକଙ୍କୁ ନିରାଶ କରି ଫେରାଇ ଦେବାର ଏକ ଅଭିସନ୍ଧି। ଏହା କ’ଣ ଲୋକଙ୍କ ସରକାର'ରେ ଲୋକଙ୍କୁ ହଇରାଣ କରିବାର ନୂଆ ଚାଲ୍। ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି। ଏଭଳି ସ୍ଥିତିରେ ତଳସ୍ତରର ଦାୟିତ୍ୱହୀନ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକଳାପକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଜିଲ୍ଲା ପ୍ରଶାସନ ଓ ଉଚ୍ଚ କର୍ତୃପକ୍ଷ ତୁରନ୍ତ ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଏବଂ ଯଥାଶୀଘ୍ର ହିତାଧିକାରୀଙ୍କୁ ଚାଉଳ ଦିଅନ୍ତୁ।ତେବେ ଦିନ ଦୁଇ ଟା ପରେ ଅଧିକାରି କିଛି ବିପନ୍ନ କୁ ଚାଉଳ ଦେଇଛନ୍ତି । ତେବେ ସନସ୍ତ୍ନ ଙ୍କୁ ତୁରନ୍ତ ରିଲିଫ ପ୍ରଦାନ ପାଇଁ ଦାବି ହୋଇଛି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande