
ଭୁବନେଶ୍ୱର , 14 ଅକ୍ଟୋବର (ହି.ସ.) ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ରେ ବିଜୁ ଜନତା ଦଳ ର ଜନ ସମ୍ପର୍କ ପଦଯାତ୍ରା ଆଜି ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ବିଜେଡି ସରକାରରେ ବିକାଶ ଥିଲା ମୁଖ୍ୟ ଏଜେଣ୍ଡା। କିନ୍ତୁ ଏ ଡବଲ ଇଞ୍ଜିନ ସରକାର ପାଇଁ ତାଙ୍କ ଦଳର ବିକାଶ ମୁଖ୍ୟ ଏଜେଣ୍ଡା ହୋଇଛି।
ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଏ ସରକାର ଅମଳରେ ସମସ୍ତେ ହଇରାଣ। ଚାଷୀ ହଇରାଣ ମହିଳା ହଇରାଣ, ବୁଢା ବୁଢ଼ୀ ହଇରାଣ। ଗରିବ ଲୋକ ହଇରାଣ। ମଧ୍ୟବିତ୍ତ ହଇରାଣ। ଜେନ୍ ଜି ର ଭବିଷ୍ୟତ ଅନ୍ଧାର।
ଅତ୍ୟାବଶକ ଦ୍ରବ୍ୟ ର ଦରଦାମ ବଢ଼ି ଚାଲିଛି। ସମସ୍ତେ ହଇରାଣ୍। କିନ୍ତୁ ସରକାର ନିଦା ବିଷ୍ଣୁ। ଅପାରଗତା ରେ ଓଡିଶା ସରକାର ସାରା ଦେଶ ରେ ନମ୍ବର ଓ୍ବାନ ବୋଲି ଶ୍ରୀ ପଟ୍ଟନାୟକ କଟାକ୍ଷ କରିଥିଲେ।
ତେଣୁ ଲୋକ ଙ୍କ ସହ ରହି ଏ ଅପାରଗ ସରକାର ର ମୁଖା ଖୋଲି ଦେବାକୁ ଶ୍ରୀ ପଟ୍ଟନାୟକ ଦଳ ର କର୍ମୀ ମାନଙ୍କୁ ଅନୁରୋଧ କରିଥିଲେ।
ଏହି କାର୍ଯ୍ୟକ୍ରମରେ ,ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା , ବିଧାୟକ ସୁଶାନ୍ତ ରାଉତ, ବିଧାୟକ ଅନନ୍ତ ନାରାୟଣ ଜେନା , ମେୟର ସୁଲୋଚନା ଦାସ ଓ ଶ୍ରୀ ମନ୍ମଥ ରାଉତରାୟ ପ୍ରମୁଖ ଉଦବୋଧନ ଦେଇ ରାଜ୍ୟ ସରକାର ଙ୍କ ତୀବ୍ର ସମାଲୋଚନା କରିଥିଲେ। ସାଂସଦ ଶୁଭାଶିଷ ଖୁଣ୍ଟିଆ ଓ ବେଗୁନିଆ ବିଧାୟକ ପ୍ରଦୀପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ଏହି ସମାବେଶ ରେ ସ୍ଥାନୀୟ କର୍ପୋରେଟର ଶ୍ରୀ ଭରତ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିପୁଳ ଜନ ସମାବେଶ ହୋଇ ଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା