ହିନ୍ଦୁ-ମୁସଲମାନ ଭାଇଚାରାର ପ୍ରତୀକ ଭଦ୍ରକର ମୋଗଲ ସମୟର ବୁଢାଗଣେଶ, ଭସାଣି ଶୋଭାଯାତ୍ରାରେ ଦୁଲୁକିଲା ଭଦ୍ରକ ସହର
ଭଦ୍ରକ, ୧୪ ଅକ୍ଟୋବର (ହି.ସ.) - ବାବା ବୁଢା ଗଣେଶଙ୍କ ଭସାଣୀ ଶୋଭାଯାତ୍ରାରେ ଦୁଲୁକିଲା ଭଦ୍ରକ ସହର। ବିଭିନ୍ନ ଆଧୁନିକ ଓ ପାରମ୍ପରିକ ବାଦ୍ୟଯନ୍ତ୍ର ଏହି ଭସାଣି ଶୋଭାଯାତ୍ରାରେ ସାମିଲ ହୋଇଥିବାବେଳେ ଏହାକୁ ଖୁବ୍ ଉପଭୋଗ କରିଛନ୍ତି ଭଦ୍ରକ ତଥା ଜିଲା ବାହାରର ବହୁ ଶ୍ରଦ୍ଧାଳୁ। ରାଜ୍ୟର ବିଭିନ୍ନ ଜିଲା
BUDHA GANESH VASANI 2026


ଭଦ୍ରକ, ୧୪ ଅକ୍ଟୋବର (ହି.ସ.) - ବାବା ବୁଢା ଗଣେଶଙ୍କ ଭସାଣୀ ଶୋଭାଯାତ୍ରାରେ ଦୁଲୁକିଲା ଭଦ୍ରକ ସହର। ବିଭିନ୍ନ ଆଧୁନିକ ଓ ପାରମ୍ପରିକ ବାଦ୍ୟଯନ୍ତ୍ର ଏହି ଭସାଣି ଶୋଭାଯାତ୍ରାରେ ସାମିଲ ହୋଇଥିବାବେଳେ ଏହାକୁ ଖୁବ୍ ଉପଭୋଗ କରିଛନ୍ତି ଭଦ୍ରକ ତଥା ଜିଲା ବାହାରର ବହୁ ଶ୍ରଦ୍ଧାଳୁ। ରାଜ୍ୟର ବିଭିନ୍ନ ଜିଲାରୁ ବାଦ୍ୟ, ନୃତ୍ୟ ଓ ପାରମ୍ପରିକ କାର୍ଯ୍ୟକ୍ରମ ଏଥିରେ ସାମିଲ ହୋଇଛନ୍ତି। ମୋଗଲ ଶାସନର ବହୁ ପୂର୍ବରୁ ଭଦ୍ରକର ବୁଢ଼ା ଗଣେଶ ଏ ଅଂଚଳର ଉଭୟ ହିନ୍ଦୁ ଓ ମୁସଲାମାନଙ୍କୁ ଯେଉଁ ଅପୂର୍ବ ଭାଇଚାରା ଓ ସଦ୍ଭାବନା ସୂତ୍ରରେ ବାନ୍ଧି ରଖିଛି, ତାହା ବାସ୍ତବିକ୍ ବିରଳ। ଯାହାର ଭସାଣି ଉତ୍ସବ ମୂର୍ତି ପୂଜନର ଦୀର୍ଘ ମାସେ ପରେ ପରମ୍ପରା ଅନୁଯାୟୀ ମହାସମାରୋହରେ ପାଳିତ ହୋଇଆସୁଥିଲା। ଭଦ୍ରକ ସହରର ମୁଖ୍ୟ ବାଣିଜ୍ୟିକ ପେଣ୍ଠଭାବେ ପରିଚିତ ପୁରୁଣା ବଜାରର ଏହି ବୁଢ଼ା ଗଣେଶଙ୍କ ପୂଜନର ଇତିହାସ ପ୍ରାୟ ୫ଶହ ବର୍ଷ ତଳର। ‘ବୋଇତ ଯୁଗର ବୁଢ଼ା ଗଣେଶ’ ପୁସ୍ତକରୁ ଜଣାଯାଏ, ସେତେବେଳେ ସାଧବମାନେ ଏହି ବୁଢ଼ାଗଣେଶଙ୍କୁ ପ୍ରତଷ୍ଠା କରିଥିଲେ। ସେହି ସମୟରୁ ଏଯାବତ୍ ପୁରୁଷାନୁକ୍ରମେ ଏ ଅଂଚଳର ଉଭୟ ହିନ୍ଦୁ ଓ ମୁସଲମାନମାନେ ଏହି ଦେବତାଙ୍କୁ ପ୍ରତିବର୍ଷ ପ୍ରତିଷ୍ଠାକରି ପାରମ୍ପରିକ ରୀତିରେ ପୂଜାକରି ଆସୁଛନ୍ତି। ଏହି ପୂଜା ପଦ୍ଧତିରେ ଉଭୟ ସମ୍ପ୍ରଦାୟ ମଧ୍ୟରେ କୌଣସି ଭେଦଭାବ ନଥାଏ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ନିଜ ନିଜର ମାନସିକ ନଡ଼ିଆ ରଖି ବୁଢ଼ାଗଣେଶଙ୍କୁ ମନସ୍କାମନା ପୂରଣର କାମନା କରନ୍ତି ବୋଲି ଉଭୟ ସମ୍ପ୍ରଦାୟର ବିଶ୍ୱାସ ରହିଛି। ପ୍ରତ୍ୟେକ ବର୍ଷ ଶ୍ରୀଗଣେଶ ତିଥିରେ ଏହି ମୂର୍ତି ନିର୍ମାଣ ହୋଇ ମାସାଧିକ କାଳ ନିଜ ଆସ୍ଥାନରେ ପୂଜାପାଇ ଆଜିର ଦିନରେ ସାଳନ୍ଦୀ ନଦୀର ଆଶ୍ରମ ଘାଟରେ ବିସର୍ଜିତ ହୋଇଥାନ୍ତି। ପ୍ରବାଦ ଅଛି ଭସାଣିବେଳେ ବୁଢ଼ାଗଣେଶଙ୍କ କାନରେ ଯିଏ ଯାହା ମନାସୀ ଥାଏ, ତାହା ପୂରଣ ହୁଏ। ବୁଢ଼ାଗଣେଶଙ୍କର ବିଶେଷତ୍ୱ ରହିଛି ଯେ ଏହି ଉତ୍ସବର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ଭକ୍ତଙ୍କ ମାନସିକ ଦାନରେ ସମ୍ପନ୍ନ ହୋଇଥାଏ। ଏବଂ ଆରମ୍ଭରୁ ଏପର୍ଯ୍ୟନ୍ତ ପୂର୍ବ ଗୋଟିଏ ଢ଼ାଂଚାରେ ବିଭିନ୍ନ ଶିଳ୍ପୀଙ୍କ ଦ୍ୱାରା ମୂର୍ତି ନିର୍ମାଣ ହୋଇଆସୁଛି। ମୂଳ ମୂର୍ତିଙ୍କର ଏପର୍ଯ୍ୟନ୍ତ କୌଣସି ପରିବର୍ତନ ଘଟିନାହିଁ। ଏହା ହିଁ ଠାକୁରଙ୍କ ମହିମା ବୋଲି ଉଭୟ ସମ୍ପ୍ରଦାୟକର ଭକ୍ତଙ୍କର ବିଶ୍ୱାସ ରହିଛି। ଶାନ୍ତି-ଶୃଙ୍ଖଳା ରକ୍ଷାକରିବା ପାଇଁ ଜିଲା ଆରକ୍ଷୀ ଅଧିକ୍ଷକ ମନୋଜ ରାଉତଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ବିଶେଷକରି ଜିଲା ପୁଲିସ୍ ପ୍ରଶାସନର ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକ (ଗୁଇନ୍ଦା) ଅଂଶୁମାନ ଦ୍ୱିବେଦୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ବୁଢା ଗଣେଶଙ୍କ ମେଢକୁ କାନ୍ଧେଇଥିବାର ଦୃଶ୍ୟ ସମସ୍ତଙ୍କୁ ବିମୋହିତ କରିଥିଲା। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande