
ଗଂଜାମ, 14 ଅକ୍ଟୋବର (ହି.ସ.) ଶେରଗଡ ବ୍ଲକର ଚଷା ପିତଳ ଗାଁରେ ଅଙ୍ଗନବାଡି କେନ୍ଦ୍ରର ନିଜସ୍ଵ ଗୃହ ନାହଁ। ପ୍ରାୟ ଦଶ ବର୍ଷ ହେଲା ଏହି ଗାଁର ପୁରୁଣା ଓଭଙ୍ଗା ପ୍ରାଥମିକ ବିଦ୍ୟାଳୟର ଖୋଲାମେଲା ବରଣ୍ଡାରେ ଅଙ୍ଗନବାଡି କ୍ଳାସ ହେଉଛି। ଫଳରେ କେନ୍ଦ୍ରର ସୁପରିଚାଳନା ହୋଇପାରୁନି। ଶିଶୁ ଗର୍ଭବତୀ, ପ୍ରସୂତି ଓ କୁମାରୀ କନ୍ୟାମାନେ ଅଙ୍ଗନବାଡି ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଅଙ୍ଗନବାଡି କେନ୍ଦ୍ର ନୂତନ ଗୃହ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ଦୀର୍ଘ ଦିନ ହେଲା ଅର୍ଥ ମଞ୍ଜୁରୀ ହୋଇଥିଲେ ମଧ୍ୟ ସ୍ଥାନ ନିରୂପଣ ହୋଇପାରୁନାହିଁ। ତେଣୁ ଗୃହ ନିର୍ମାଣ ହୋଇପାରୁନି।ତୁରନ୍ତ ଏଥିରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ