ସେବାଶ୍ରମରେ ଜମେରା କ୍ଲଷ୍ଟର ସ୍ତରୀୟ ସୁରଭି-୨୦୨୬ ଅନୁଷ୍ଠିତ
Cluster level surabhi programme
ସେବାଶ୍ରମରେ ଜମେରା କ୍ଲଷ୍ଟର ସ୍ତରୀୟ ସୁରଭି-୨୦୨୬


ଝାରସୁଗୁଡ଼ା, ୧୪ ଅକ୍ଟୋବର (ହି.ସ.) - ଝାରସୁଗୁଡା ସଦର ବ୍ଲକ ମରାକୁଟା ସେବାଶ୍ରମ ବିଦ୍ୟାଳୟ ପରିସରରେ ବୁଧବାର ଜମେରା କ୍ଲଷ୍ଟର ସ୍ତରୀୟ ସୁରଭି-୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସୁରମା ପଟେଲଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ଜମେରା ହାଇସ୍କୁଲର ପ୍ରଧାନ ଶିକ୍ଷକ ଜୟଶଙ୍କର ନାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏଥିରେ କ୍ଲଷ୍ଟରର ୧୩ଟି ବିଦ୍ୟାଳୟରୁ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।ଉଦ୍ଯାପନୀ ଉତ୍ସବରେ ମରାକୁଟା ସରପଞ୍ଚ ଲିଲି ତନ୍ତି ମୁଖ୍ୟ ଅତିଥି ଏବଂ ସ୍ଥାନୀୟ ସମିତି ସଭ୍ୟା ସୁଜାତା ମେହେର ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ। ସିଆରସିସି ପୁରୁଷୋତ୍ତମ ପଟେଲଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସହ-ଶିକ୍ଷକ ନୀଳାଦ୍ରୀ ପଟେଲ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷକ ମନୋଜ ଦୀକ୍ଷିତ ଧନ୍ୟବାଦ ଅର୍ପଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande