ଧାମନଗର କଲେଜରେ ରୋଚକ ହେଉଛି ଛାତ୍ର ସଂସଦ ନିର୍ବାଚନ, ଏବିଭିପିର ବିଶାଳ ରାଲିକୁ ନେଇ ଚର୍ଚ୍ଚା, ବିସିଜେଡିର ସ୍ୱଚ୍ଛତା ଅଭିଯାନ; ନିର୍ଣ୍ଣାୟକ ହୋଇପାରେ ‘ସାଇଲେଂଟ ଭୋଟ୍’
ଭଦ୍ରକ, ୧୪ ଅକ୍ଟୋବର (ହି.ସ.) -ଦୀର୍ଘ ୧୨ ବର୍ଷ ପରେ ଧାମନଗର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜନୈତିକ ମାହୋଲ ସରଗରମ ହୋଇଉଠିଛି। ଗୋଟିଏ ପଟେ ଏବିଭିପିର ବଡ଼ ରାଲିକୁ ନେଇ ଧାମନଗର ବିଜେପି ଶିବିରରେ ଉତ୍ସାହ ଦେଖାଦେଇଥିବା ଚର୍ଚ୍ଚା ହେଉଥିବା ବେଳେ, ଅନ୍ୟପଟେ ବିଜୁ ଛାତ୍ର ଜନତା ଦଳ (ବ
DHAMNAGAR COLLEGE ELECTION-2


ଭଦ୍ରକ, ୧୪ ଅକ୍ଟୋବର (ହି.ସ.) -ଦୀର୍ଘ ୧୨ ବର୍ଷ ପରେ ଧାମନଗର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜନୈତିକ ମାହୋଲ ସରଗରମ ହୋଇଉଠିଛି। ଗୋଟିଏ ପଟେ ଏବିଭିପିର ବଡ଼ ରାଲିକୁ ନେଇ ଧାମନଗର ବିଜେପି ଶିବିରରେ ଉତ୍ସାହ ଦେଖାଦେଇଥିବା ଚର୍ଚ୍ଚା ହେଉଥିବା ବେଳେ, ଅନ୍ୟପଟେ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ନିଜ ପ୍ରଚାର ରଣନୀତିକୁ ଜୋରଦାର କରିଛି। ନିର୍ବାଚନ ପୂର୍ବରୁ ଉଭୟ ଛାତ୍ର ସଂଗଠନର ଗତିବିଧିକୁ ନେଇ କ୍ୟାମ୍ପସରେ ଚର୍ଚ୍ଚା ବଢ଼ିଥିବା ବେଳେ ଏବେ ସମସ୍ତଙ୍କ ନଜର ମତଦାନ ଉପରେ। କଲେଜରେ ଆୟୋଜିତ ‘ଡଷବଗ୍ଧ ଓ ଝଗ୍ଧବଦ୍ଭୟ ୠକ୍ଟକ୍ସ’ ବୈଠକ ପରେ କ୍ୟାମ୍ପସରେ ଗେରୁଆ ରଙ୍ଗର କାଗଜ ଓ ଫ୍ଲାୟର୍ସ ପଡ଼ିଥିବା ନେଇ ବିସିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି। ଏହାପରେ ଦଳର ପ୍ରାର୍ଥୀ ଓ ପ୍ରାର୍ôଥନୀମାନେ ହାତରେ ଛାଂଚୁଣି ଧରି କଲେଜ ପରିସର ସଫେଇ କରିଥିଲେ। ଏହି ଅଭିଯାନ ମାଧ୍ୟମରେ ବିସିଜେଡି କ୍ୟାମ୍ପସକୁ ସ୍ୱଚ୍ଛ ରଖିବା ସହ ଛାତ୍ର ରାଜନୀତିରେ ସୁସ୍ଥ ପରିବେଶ ଓ ଶାନ୍ତି ବଜାୟ ରଖିବାର ବାର୍ତା ଦେଇଛି। ଏହି ଘଟଣାକୁ ନେଇ ବିସିଜେଡି ପକ୍ଷରୁ ଏବିଭିପିର ରାଜନୈତିକ କାର୍ଯ୍ୟଶୈଳୀକୁ ସମାଲୋଚନା କରାଯାଇଛି। ବିସିଜେଡି ନିଜ ବିବୃତିରେ ସ୍ୱର୍ଗତା ସୌମ୍ୟାଶ୍ରୀ ବିଶିଙ୍କ ପ୍ରସଙ୍ଗ ଉଠାଇ ଛାତ୍ର ରାଜନୀତିରେ ଶାନ୍ତି, ସୁରକ୍ଷା ଓ ସୁସ୍ଥ ପରିବେଶର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛି। ସୌମ୍ୟାଶ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବି କରିବା ସହ ଧାମନଗର ମହାବିଦ୍ୟାଳୟକୁ ଶିକ୍ଷା ଓ ଶାନ୍ତିର ପୀଠ ଭାବେ ବଜାୟ ରଖିବାକୁ ଦଳ ପକ୍ଷରୁ ଆହ୍ୱାନ ଦିଆଯାଇଛି। ଏବିଭିପିର ବଡ଼ ରାଲିକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଥିବା ବେଳେ ନିର୍ବାଚନରେ ‘ସାଇଲେଂଟ ଭୋଟ୍’ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଛି। ଉଭୟ ସଂଗଠନର ପ୍ରାର୍ଥୀଙ୍କଠାରୁ ଦୂରତା ରଖୁଥିବା କିଛି ଛାତ୍ରଛାତ୍ରୀଙ୍କ ନିରବ ନିଷ୍ପତି ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିପାରେ ବୋଲି ଆଲୋଚନା ହେଉଛି। କାରଣ, ନିର୍ବାଚନୀ ରାଲିରେ ଦେଖାଯାଉଥିବା ଭିଡ଼ ଓ ପ୍ରଚାରର ଜୋର୍ ସବୁବେଳେ ଭୋଟ୍ରେ ପ୍ରତିଫଳିତ ହୁଏ ନାହିଁ। ନିରବ ଭୋଟରଙ୍କ ମତଦାନ ହିଁ ଅନେକ ସମୟରେ ବିଜୟ ଓ ପରାଜୟ ମଧ୍ୟରେ ଫରକ ସୃଷ୍ଟି କରିଥାଏ। ଅନ୍ୟପଟେ ବିସିଜେଡି ର ପ୍ରାର୍ଥୀ ଓ ପ୍ରାର୍ôଥନୀ ମାନେ ବିଜୟ ହାସଲ ପାଇଁ ଶେଷ ପର୍ଯ୍ୟାୟରେ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି। ଛାତ୍ରଛାତ୍ରୀଙ୍କ ସମର୍ଥନ ହାସଲ କରିବା ସହ ନିଜ ନିଜ ପକ୍ଷରେ ଜନମତ ସୃଷ୍ଟି କରିବାକୁ ଉଭୟ ଶିବିର ଚେଷ୍ଟା ଚଳାଇଛନ୍ତି। ଏବେ ଅପେକ୍ଷା ମତଦାନକୁ। ଏବିଭିପି ର ରାଲିର ଉତ୍ସାହ ନା ବିସିଜେଡିର ପ୍ରଚାର ଓ ନିରବ ଭୋଟରଙ୍କ ନିଷ୍ପତି କାହା ସପକ୍ଷରେ ଯିବ ଧାମନଗର ମହାବିଦ୍ୟାଳୟର ଜନମତ କିଏ ପିନ୍ଧିବ ବିଜୟ ମୁକୁଟ। ଏହାର ଉର ମତଦାନ ଓ ଫଳାଫଳ ପରେ ହିଁ ସ୍ପଷ୍ଟ ହେବ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande