ଫୁଲବାଣୀରେ ଶାନ୍ତିଶୃଙ୍ଖଳାର ସହ ଦୁର୍ଗାପୂଜା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ: ଟ୍ରାଫିକ୍ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ:ବାଜିବନି ଡିଜେ
District Level Durga Puja Managing Meeting
ଫୋଟ


କନ୍ଧମାଳ, ୧୪ ଅକ୍ଟୋବର(ହି.ସ.) – ଆଗାମୀ ଶାରଦୀୟ ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳା ଏବଂ ସୁରୁଖୁରୁରେ ସମାପନ କରିବା ଲକ୍ଷ୍ୟରେ ଜିଲ୍ଲାପାଳ ଶ୍ରୀ ବେଦ ଭୂଷଣଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ର ମେନ୍ଦ୍ର ପ୍ରସାଦ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁଶଳ ଚନ୍ଦ୍ର ନାଏକ,ଉପ-ଜିଲ୍ଲାପାଳ ଶ୍ରୀ ଭିକାରୀ ସାହୁ, ଅନ୍ୟ ଅଧିକାରୀ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଆଇ.ଆଇ.ସି. ଟାଉନ ଥାନା, ମା’ ବରାଳଦେବୀ ପୂଜା କମିଟିର କର୍ମକର୍ତା ଏବଂ ସହରର ସମସ୍ତ ୯ଟି ମେଢ଼/ପୂଜା କମିଟିର ସଭାପତି ଓ ସମ୍ପାଦକ ଉପସ୍ଥିତ ଥିଲେ।

ପୂଜା ପରିଚାଳନା ପାଇଁ ବିସ୍ତୃତ ଆଲୋଚନା ପରେ ନିମ୍ନଲିଖିତ ମୁଖ୍ୟ ନିଷ୍ପତିମାନ ଗ୍ରହଣ କରାଯାଇଛି ଯେ ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥା ପୋଲିସ ପ୍ରଶାସନ) ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା ଓ ପ୍ରସାଦ ବଂଟନ ପାଇଁ ପୂଜା କମିଟିଗୁଡ଼ିକ ଆବଶ୍ୟକ ସଂଖ୍ୟକ ପରିଚୟପତ୍ର ଧାରୀ ସ୍ୱେଚ୍ଛାସେବୀ ନିୟୋଜିତ କରିବେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ କୌଣସି ଡିଜେ (ଡିଜେ) ବ୍ୟବହାର କରାଯାଇପାରିବ ନାହିଁ। କେବଳ ନିର୍ଦ୍ଧାରିତ ମାନକ ଅନୁଯାୟୀ ସାଉଣ୍ଡ ସିଷ୍ଟମ୍ ବ୍ୟବହାର ହେବ। ବେଆଇନ ବାଣ ଫୁଟାଇବା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ବାଣ ବିକ୍ରୟ ଓ ବ୍ୟବହାର ପାଇଁ ଲାଇସେନ୍ସ ବାଧ୍ୟତାମୂଳକ କରାଯାଇଛି। ସୁରକ୍ଷା ଦୃଷ୍ଟିକୋଣରୁ ସମସ୍ତ ପୂଜା ମଣ୍ଡପରେ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଟ୍ରାଫିକ୍ ପରିଚାଳନା ଓ ଚଳାଚଳ କଟକଣା ଅକ୍ଟୋବର ୨୦ ଏବଂ ୨୧ ତାରିଖରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଗାନ୍ଧୀ ଛକରୁ ବସ୍ ଷ୍ଟାଣ୍ଡ ମଧ୍ୟବର୍ତୀ ମାର୍କେଟ ଅଂଚଳକୁ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଚାରିଚକିଆ ଯାନ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି।

ଅକ୍ଟୋବର ୨୩ ତାରିଖ ଭସାଣି ଦିନ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବଜାର ବନ୍ଦ ରହିବା ସହ ଟ୍ରାଫିକ୍ ଡାଇଭର୍ସନ କରାଯିବ।

ମୌଳିକ ସୁବିଧା ଓ ପରିମଳ ବ୍ୟବସ୍ଥା ସହରର ସମସ୍ତ ପେଟ୍ରୋଲ ପମ୍ପଗୁଡ଼ିକରେ ଶୌଚାଳୟ ପରିଷ୍କାର-ପରିଚ୍ଛନ୍ନ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂରା ସହରରେ ସାଜସଜ୍ଜା ଆଲୋକୀକରଣ ଏବଂ ଆର.ଟି.ଓ ଅଫିସ୍ ସମ୍ମୁଖ ସମେତ ଅନ୍ୟାନ୍ୟ ସ୍ଥାନରେ ଷ୍ଟ୍ରିଟ୍ ଲାଇଟ୍ ମରାମତି ଦାୟିତ୍ୱ ପୌରପାଳିକା ନିର୍ବାହୀ ଅଧିକାରୀ ତୁଲାଇବେ।

ରାସ୍ତାଘାଟ ମରାମତି କାର୍ଯ୍ୟ ପୂର୍ତ ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ତୁରନ୍ତ ସମ୍ପୂର୍ଣ୍ଣ କରାଯିବ।

ମାଦିକୁନ୍ଦା ଦୁର୍ଗାପୂଜା ପେଣ୍ଡାଲ ସମେତ ବିଦ୍ୟୁତ୍ ସମସ୍ୟାର ସମାଧାନ ପାଇଁ ବିଦ୍ୟୁତ୍ ବିଭାଗ ଏସ୍.ଡି.ଓ ଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି ଅବସରରେ ମା’ ବରାଳଦେବୀ ପୀଠରେ ଅକ୍ଟୋବର ୧୭ ଓ ୧୮ ତାରିଖରେ ସଙ୍ଗୀତ କାର୍ଯ୍ୟକ୍ରମ, ୧୯ ତାରିଖରେ ଆଦିବାସୀ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ପାରମ୍ପରିକ ନାଟକ ଅନୁଷ୍ଠିତ ହେବ। ଅକ୍ଟୋବର ୨୦ ତାରିଖର କାର୍ଯ୍ୟକ୍ରମକୁ ଖଜୁରୀପଡ଼ା ଥାନା ଅଧିକାରୀ ତଦାରଖ କରିବେ। ଅକ୍ଟୋବର ୨୩ ତାରିଖରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ। ଜିଲ୍ଲପାଳ ଶ୍ରୀ ବେଦ ଭୂଷଣ ଦୁର୍ଗା ପୂଜା ଆୟୋଜନକୁ ସରସ ସୁନ୍ଦର କରିବା ପାଈଁ ସମସ୍ତଙ୍କ ସହଯୋଗ କାମନା କରିଥଲେ।

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande