
ଭଦ୍ରକ, ୧୪ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକ କଟସାହି ପଂଚାୟତ ଅଧୀନ ସିମୁଳିଆ ଗ୍ରାମର ଯୁବ ସାମାଜିକ କର୍ମୀ ନୀଳମାଧବ ମିଶ୍ର(୨୯)ଙ୍କର ପରଲୋକ ଘଟିଛି।ଗିରିଧାରୀ ମିଶ୍ରଙ୍କ ବଡ଼ ପୁଅ ନୀଳମାଧବ ଏକ ବର୍ଷ ପୂର୍ବେ କ୍ୟାନ୍ସରରେ ପୀଡ଼ିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ସୋମବାର ଦିନ ସେଠାରେ ମୃତ୍ୟୁ ହୋଇଥିଲା।ତାଙ୍କ ମୃତଦେହ ଗାଁକୁ ଅଣାଯିବା ପରେ ଶୋକାକୂଳ ପରିବେଶ ମଧ୍ୟରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା।ବିଭିନ୍ନ ସାମାଜିକ ସଂଗଠନ ସହିତ ଜଡିତ ଥିବା ନୀଳମାଧବ କଲିକତା ଠାରେ ଏକ ସଂସ୍ଥାରେ କାର୍ଯ୍ୟ କରୁଥିଲେ।ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକ ପ୍ରକାଶ ପାଇଛି।ଧାମନଗର ବିଧାୟକ ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ,ବରିଷ୍ଠ ବିଜେପି ନେତା ରଘୁନାଥ ଲେଙ୍କା,ଯୁବ ନେତା ତୁଷାର ମିଶ୍ର ନୀଳମାଧବଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ ପୁହାଣ,ସାମ୍ବାଦିକ ବୈକୁଣ୍ଠ ନାଥ ସାହୁ,ପୂର୍ବତନ ସରପଂଚ ଗୟାଧର ନାୟକ,ବିଜେପି ମଣ୍ଡଳ ସଭାପତି ଶ୍ରୀକାନ୍ତ ନାୟକ,ରାଜେନ୍ଦ୍ର ସାହୁ,ସମାଜସେବୀ ରଣଜିତ ଲେଙ୍କା,ସନ୍ତୋଷ ସାହୁ, ଅଜୟ ସାହୁ,ବୁଦ୍ଧିରାମ ସାହୁ,ସରପଂଚ ସଂଜୀବ ବେହେରା,ଜ୍ୟୋତ୍ସ୍ନାରାଣୀ ପଣ୍ଡା ପ୍ରମୁଖ ପହଂଚି ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ