ନବରାତ୍ରୀର ଚତୁର୍ଥ ଦିନରେ ବଲାଙ୍ଗିର ଓ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ଭକ୍ତମାନଙ୍କୁ କୁଷ୍ମାଣ୍ଡା ବେଶରେ ଦେଲେ ଦର୍ଶନ
ବଲାଙ୍ଗିର, 14 ଅକ୍ଟୋବର (ହି.ସ.) ପବିତ୍ର ଶାରଦୀୟ ନବରାତ୍ରୀର ଚତୁର୍ଥ ଦିନରେ ବଲାଙ୍ଗିର ଓ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ଭକ୍ତମାନଙ୍କୁ କୁଷ୍ମାଣ୍ଡା ବେଶରେ ଦର୍ଶନ ଦେଇଥାନ୍ତି ମା’ଙ୍କର ଏହି ଦିବ୍ୟ ରୂପକୁ ଦର୍ଶନ କରିବା ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲଗି ରହ
ନବରାତ୍ରୀର ଚତୁର୍ଥ ଦିନରେ ବଲାଙ୍ଗିର ଓ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ଭକ୍ତମାନଙ୍କୁ କୁଷ୍ମାଣ୍ଡା ବେଶରେ ଦର୍ଶନ ଦେଇଛନ୍ତି


ନବରାତ୍ରୀର ଚତୁର୍ଥ ଦିନରେ ବଲାଙ୍ଗିର ଓ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ଭକ୍ତମାନଙ୍କୁ କୁଷ୍ମାଣ୍ଡା ବେଶରେ ଦର୍ଶନ ଦେଇଛନ୍ତି


ବଲାଙ୍ଗିର, 14 ଅକ୍ଟୋବର (ହି.ସ.) ପବିତ୍ର ଶାରଦୀୟ ନବରାତ୍ରୀର ଚତୁର୍ଥ ଦିନରେ ବଲାଙ୍ଗିର ଓ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ଭକ୍ତମାନଙ୍କୁ କୁଷ୍ମାଣ୍ଡା ବେଶରେ ଦର୍ଶନ ଦେଇଥାନ୍ତି ମା’ଙ୍କର ଏହି ଦିବ୍ୟ ରୂପକୁ ଦର୍ଶନ କରିବା ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲଗି ରହିଛି ।

ମା’ ଦୁର୍ଗାଙ୍କ ଚତୁର୍ଥ ସ୍ୱରୂପ ହେଉଛନ୍ତି ମା’ କୁଷ୍ମାଣ୍ଡା । ଶାସ୍ତ୍ର ଅନୁସାରେ, ନିଜର ମଧୁର ହାସ୍ୟ ଦ୍ୱାରା ବ୍ରହ୍ମାଣ୍ଡ ସୃଷ୍ଟି କରିଥିବାରୁ ତାଙ୍କୁ ‘କୁଷ୍ମାଣ୍ଡା’ କୁହାଯାଏ । ସେ ହେଉଛନ୍ତି ସୌରମଣ୍ଡଳର ଅଧିଷ୍ଠାତ୍ରୀ ଦେବୀ ଓ ସମସ୍ତ ଶକ୍ତିର ଉତ୍ସ ।

ବିଶ୍ୱାସ ରହିଛି ଯେ ମା’ ସମଲେଶ୍ୱରୀଙ୍କୁ ଏହି କୁଷ୍ମାଣ୍ଡା ରୂପରେ ଦର୍ଶନ କଲେ ଭକ୍ତଙ୍କୁ ଶୁଭଫଳ ପ୍ରାପ୍ତି ହୁଏ, ରୋଗ-ଶୋକ ଦୂର ହୁଏ ଏବଂ ଆୟୁଷ, ଯଶ ତଥା ବଳ ବୃଦ୍ଧି ପାଇଥାଏ ।

ଏହି ଦିନ ଭକ୍ତମାନେ ଫୁଲ, ଧୂପ, ଦୀପ ଆଦି ନୈବେଦ୍ୟ ଧରି ମା’ଙ୍କ ପୂଜା କରିଥାନ୍ତି । ମା’ଙ୍କୁ ପ୍ରସନ୍ନ କରିବା ପାଇଁ ଏହି ଦିନ ମାଲପୁଆ ଭୋଗ ଲଗାଯିବାର ମଧ୍ୟ ପରମ୍ପରା ରହିଛି ।

ପଶ୍ଚିମ ଓଡ଼ିଶାର ସମସ୍ତ ସମଲେଶ୍ବରୀ ପୀଠ ସମେତ ବଲାଙ୍ଗିର ସମଲେଶ୍ୱରୀ ପୀଠ ରେ ଏହି ଦିନ ସକାଳୁ ସ୍ୱତନ୍ତ୍ର ନୀତିକାନ୍ତି ସହ ମା’ଙ୍କୁ ଅତି ଆକର୍ଷଣୀୟ ଭାବେ ସଜ୍ଜିତ କରାଯାଇ ପୂଜା ଅର୍ଚ୍ଚନା ହେଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande