ମହିଳା ଅଧିକାର, ଲିଙ୍ଗଗତ ସମାନତା ଏବଂ ସାମାଜିକ ଅନ୍ତର୍ଭୁକ୍ତି କରଣ ସଚେତନତା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ମହିଳା ଅଧିକାର, ଲିଙ୍ଗଗତ ସମାନତା ଏବଂ ସାମାଜିକ ଅନ୍ତର୍ଭୁକ୍ତି କରଣ ସଚେତନତା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ମହିଳା ଅଧିକାର, ଲିଙ୍ଗଗତ ସମାନତା ଏବଂ ସାମାଜିକ ଅନ୍ତର୍ଭୁକ୍ତି କରଣ ସଚେତନତା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ


ମହିଳା ଅଧିକାର, ଲିଙ୍ଗଗତ ସମାନତା ଏବଂ ସାମାଜିକ ଅନ୍ତର୍ଭୁକ୍ତି କରଣ ସଚେତନତା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ


ସମ୍ବଲପୁର, ୧୪, ଅକ୍ଟୋବର (ହି.ସ.) - ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ତେଲି ତିଳେଇମାଲ ପଞ୍ଚାୟତର ଡନସନାଡ଼ିହି ଗ୍ରାମରେ ଜାତୀୟ ଭାରତ ପ୍ରତିଷ୍ଠାନ ଭୁବନେଶ୍ୱର ଏବଂ କୁଚିଣ୍ଡା ଅଂଚଳର ଅଗ୍ରଣୀ ରୋପ' ଅନୁଷ୍ଠାନର ମିଳିତ ଉଦ୍ୟମରେ ମହିଳା ଅଧିକାର, ଲିଙ୍ଗଗତ ସମାନତା ଓ ସାମାଜିକ ଅନ୍ତର୍ଭୁକ୍ତିକରଣ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ଗ୍ରାମର ବହୁ ସଂଖ୍ୟାରେ ମହିଳା, କିଶୋରୀ ଓ ବାଳିକାମାନେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ରୋପ' ଅନୁଷ୍ଠାନର ସଂଯୋଜକ ବିମଳ ମେହେର ସଭା ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ସ୍ତରୀୟ ଶିଶୁ ସୁରକ୍ଷା ଅଧିକାରୀ ସରିତା ମହାପାତ୍ର, ମୁଖ୍ୟବକ୍ତା ଭାବେ ସୁପରଭାଇଜର ଯମୁନା ବାଘ ଓ ସମ୍ମାନିତ ଅତିଥି ଭାବେ ଏମ୍ବିକେ ବିଶାଖା କିସାନ, ଏଏନ୍ଏମ୍ ବସୁମତୀ ପ୍ରଧାନ, ଅଙ୍ଗନବାଡ଼ି କର୍ମୀ ଦୀପାଞ୍ଜଳି ନାୟକ, ଆଶାକର୍ମୀ ସୁରେଖା ବଙ୍କରା, କୃଷିମିତ୍ର ମଞ୍ଜୁଲତା ନାଏକ ଓ ପ୍ରଧାନ ଶିକ୍ଷୟିତ୍ରୀ ଉମା ମିର୍ଦ୍ଧା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ମଂଚାସୀନ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା। ପ୍ରାରମ୍ଭରେ ମୁଖ୍ୟବକ୍ତା ଯମୁନା ବାଘ ନିଜ ବ୍ୟକ୍ତବ୍ୟରେ ମହିଳାଙ୍କ ଅଧିକାର, ଲିଙ୍ଗଗତ ସମାନତା ଓ ସାମାଜିକ ଅନ୍ତର୍ଭୁକ୍ତିକରଣର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ମହିଳାଙ୍କ ପ୍ରତି ଘରୋଇ ହିଂସା, ଯୌତୁକ ପ୍ରଥା, ଯୌନ ଉତ୍ପୀଡ଼ନ ଓ ଲିଙ୍ଗଗତ ଭେଦଭାବକୁ ରୋକିବା ପାଇଁ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ସହଯୋଗ ଆବଶ୍ୟକ ବୋଲି ଗୁରୁତ୍ୱାରୋପ କରିଥିଲେ।

ଏଥିସହ ମହିଳା ଓ ପୁରୁଷଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ଓ ନିଷ୍ପତି ଗ୍ରହଣ କ୍ଷେତ୍ରରେ ସମାନ ସୁଯୋଗ ପ୍ରଦାନ, ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ଓ ସଶକ୍ତ କରିବା, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଦିବ୍ୟାଙ୍ଗ ଏବଂ ଅନ୍ୟାନ୍ୟ ବଂଚିତ ବର୍ଗର ଲୋକଙ୍କ ଅଧିକାର ଓ ସମାନ ସୁଯୋଗ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ମହିଳାମାନେ ସରକାରୀ ଯୋଜନା, ଆଇନଗତ ସହାୟତା ଓ ଅଭିଯୋଗ ଦାଖଲ ବ୍ୟବସ୍ଥା ବିଷୟରେ ଜାଣିବା ସହ ଗ୍ରାମସଭା, ସ୍ୱୟଂ ସହାୟକ ଗୋଷ୍ଠୀ ଓ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଭାଗ ନେବାକୁ ସେ ଆହ୍ୱାନ ଦେଇଥିଲେ।

ସଚେତନତା ସଭା ପରେ ଡନସନାଡ଼ିହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଥିଲା। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ମାଧ୍ୟମରେ ପରିବେଶ ସୁରକ୍ଷା, ସବୁଜିମା ବୃଦ୍ଧି ଓ ବୃକ୍ଷର ଗୁରୁତ୍ୱ ସମ୍ପର୍କରେ ମଧ୍ୟ ବାର୍ତା ଦିଆଯାଇଥିଲା।

ଶେଷରେ ରୋପ ଅନୁଷ୍ଠାନର ସଭ୍ୟା ଜୁଲି ମହନ୍ତ ଉପସ୍ଥିତ ସମସ୍ତ ଅତିଥି, ମହିଳା, କିଶୋରୀ ଓ ସହଯୋଗୀ ମାନଙ୍କୁ ଧନ୍ୟବାଦ ଜଣାଇବା ସହ କାର୍ଯ୍ୟକ୍ରମର ସମାପନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande