ପିଲାଙ୍କ ପାଠପଢା ତଦାରଖ କଲେ ଜିଲାପାଳ
ଭଦ୍ରକ, ୧୪ ଅକ୍ଟୋବର (ହି.ସ.) - ଜିଲାରେ ଦାୟିତ୍ୱ ବହନ କରିବା ପରେ ଜିଲାପାଳ ସୋମେଶ କୁମାର ଉପାଧ୍ୟାୟ ଶିକ୍ଷା ବ୍ୟବସ୍ଥାକୁ ପ୍ରାଥମିକତା ଦେଇଛନ୍ତି। ଦାୟିତ୍ୱ ନେବା ପରଠାରୁ ବିଦ୍ୟାଳୟ ଗୁଡିକୁ ପରିଦର୍ଶନ କରି ତଦାରଖ କରୁଛନ୍ତି। ଜିଲାରେ ପିଲାଙ୍କ ପାଠପଢା ସହ ବିଦ୍ୟାଳୟ ଗୁଡିକର ଭିତିଭୂମିର ବିକାଶ ଓ
PILANKA PATHAPADHA TADARAKH KALE ZILLAPAL


ଭଦ୍ରକ, ୧୪ ଅକ୍ଟୋବର (ହି.ସ.) - ଜିଲାରେ ଦାୟିତ୍ୱ ବହନ କରିବା ପରେ ଜିଲାପାଳ ସୋମେଶ କୁମାର ଉପାଧ୍ୟାୟ ଶିକ୍ଷା ବ୍ୟବସ୍ଥାକୁ ପ୍ରାଥମିକତା ଦେଇଛନ୍ତି। ଦାୟିତ୍ୱ ନେବା ପରଠାରୁ ବିଦ୍ୟାଳୟ ଗୁଡିକୁ ପରିଦର୍ଶନ କରି ତଦାରଖ କରୁଛନ୍ତି। ଜିଲାରେ ପିଲାଙ୍କ ପାଠପଢା ସହ ବିଦ୍ୟାଳୟ ଗୁଡିକର ଭିତିଭୂମିର ବିକାଶ ଓ ଶୈକ୍ଷିକ ପରିବେଶର ତଦାରଖ ପାଇଁ ଆଜି ଏକ ବୈଠକ ଡକାଇ ସମୀକ୍ଷା କରିଛନ୍ତି। ଜିଲାପାଳଙ୍କ ଅଧ୍ୟକ୍ଷତାରେ ସଦ୍ଭାବନା ଗୃହରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ମୁଖ୍ୟତଃ ବିଦ୍ୟାଳୟ ଗୁଡିକରେ ଶିକ୍ଷାଦାନ ବ୍ୟବସ୍ଥା କେମିତି ଚାଲିଛି, ପିଲାଙ୍କର ଗ୍ରେଡ୍ ଲେବୁଲ ନିପୁଣତା ଓ ବିଦ୍ୟାଳୟର ଶୈକ୍ଷିକ ପରିବେଶ ଓ ଭିତିଭୂମିର ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି। ଜିଲାରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମୁଦାୟ ୧୭୭୨ ସ୍କୁଲ ରହିଛି। ଏହାମଧ୍ୟରୁ ମାଧ୍ୟମିକ ବିଦ୍ୟାଳୟ ୩୧୭, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୫୮, ପ୍ରାଥମିକ ବିଦ୍ୟାଳୟ ୮୨୮ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୫୬୯ ଟି ଅଛି। ବିଦ୍ୟାଳୟ ଗୁଡିକ ମଧ୍ୟରୁ ପ୍ରଧାନମନ୍ତ୍ରୀ ମଧ୍ୟାହ୍ନ ଭୋଜନ (ପିଏମ)କାର୍ଯ୍ୟକ୍ରମ ୧ମ ରୁ ୮ମ ପର୍ଯ୍ୟନ୍ତ ୧୬୨୯ ସ୍କୁଲକୁ ଦିଆଯାଇଛି। ସେହିପରି ମୁଖ୍ୟମନ୍ତ୍ରୀ ପୋଷଣ (ଏମଏମ) ୩୨୧ ଟି ସ୍କୁଲରେ କାର୍ଯ୍ୟକ୍ରମ ଜାରି ରହିଛି। ୧ମ ରୁ ୮ମ ୧୬୨୯ ଟି ବିଦ୍ୟାଳୟରେ ଓ ୯ମ ରୁ ୧୦ମ ୩୭୧ ଟି ବିଦ୍ୟାଳୟରେ ୟୁନିଫର୍ମ ବଂଟାଯାଉଛି। ଜିଲାରେ ୭ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମଧ୍ୟରୁ ବନ୍ତରେ ବାଳିକା ହଷ୍ଟେଲ ଓ ଭଦ୍ରକର ଓଲଙ୍ଗରେ ବାଳକ ହଷ୍ଟେଲ ନିର୍ମାଣ କାର୍ଯ୍ୟ ସରି ଷ୍ଟାଫ୍ ନିଯୁକ୍ତି ସଂପନ୍ନ ହୋଇଛି। ଧାମନଗର, ଭଣ୍ଡାରିପୋଖରୀ, ଚାନ୍ଦବାଲି ଓ ତିହିଡିରେ ହଷ୍ଟେଲ ନିର୍ମାଣ କାର୍ଯ୍ୟ ସରିନାହିଁ। ବାସୁଦେବପୁରରେ ୨ଟି ହଷ୍ଟେଲରେ ନିର୍ମାଣ କାର୍ଯ୍ୟ ସରିଥିଲେ ମଧ୍ୟ ବିଦ୍ୟୁତ୍ ସଂଯୋଗ ହୋଇପାରିନାହିଁ। ହଷ୍ଟେଲ ନିର୍ମାଣ କାର୍ଯ୍ୟକୁ ତୁରନ୍ତ ସାରିବା ପାଇଁ ବିଭାଗୀୟ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାସହିତ ଶୈକ୍ଷିକ ପରିବେଶ ତଦାରଖ କରିବା ସହ ଛାତ୍ରଛାତ୍ରୀଙ୍କ ନିପୁଣତା ପରୀକ୍ଷଣକୁ ଅଧିକ ଗୁରୁତ୍ୱ ଦେବା ପାଇଁ ସଂପୃକ୍ତ ବିଭାଗୀୟ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାବ୍ୟତୀତ ବନ୍ୟାରେ କ୍ଷତିଗ୍ରସ୍ତ ବିଦ୍ୟାଳୟ ଗୁଡିକର ମରାମତି କାର୍ଯ୍ୟକୁ ଶୀଘ୍ର ସାରିବା ପାଇଁ ସଂପୃକ୍ତ ଇଂଜିନିୟରିଂ ଡିପାର୍ଟମେଂଟକୁ ନିର୍ଦ୍ଦେଶ ଦେଇଥିଲେ। ଜିଲାରେ ସମୁଦାୟ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ (ସିଆରସିସି) ପଦବୀ ୧୩୮ଟି ଥିବାବେଳେ ୨୧ ଟି ଫାଙ୍କା ପଡିଛି। ଫାଙ୍କା ପଡିଥିବା ପଦବୀ ଗୁଡିକର ନିଯୁକ୍ତି ପାଇଁ ସେ ଜିଲା ପ୍ରଶିକ୍ଷଣ ପ୍ରତିଷ୍ଠାନ ଅଧ୍ୟକ୍ଷ (ଡାଏଟ) ଙ୍କୁ କହିଥିଲେ। ଏହାବ୍ୟତୀତ ପିଲାଙ୍କ ଶିକ୍ଷାଦାନ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ବ୍ଲକ୍ ଶିକ୍ଷାଧିକାରୀମାନେ ପ୍ରତ୍ୟେକ ସପ୍ତାହରେ ସିଆରସିସିଙ୍କୁ ଡାକି ରିଭ୍ୟୁ କରିବା ପାଇଁ ପରାମର୍ଶ ଦେଇଥିଲେ। ଅନୁଷ୍ଠିତ ବୈଠକରେ ଜିଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ, ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ, ପ୍ରଫୁଲ୍ଲ କୁମାର ସାହୁ, ଡାଏଟ୍ର ସିନିୟର ଟିଚର ନିର୍ମଳ ଚନ୍ଦ୍ର ସେଠୀ, ୭ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ, ୫ଜଣ ଏବିଓ, ଜିଲା ମଙ୍ଗଳ ଅଧିକାରୀ ସାଲୁ କୁମାର ଟୁଡୁ, ସମାଜ ମଙ୍ଗଳ ଅଧିକାରିଣୀ, ନିପୁନ ସେଲ୍ ଷ୍ଟେଟ୍ କୋଡିନେଟର ପଂଚଶିକ୍ଷା ସେଠୀ, ପିଏସଏସର ସଂଯୋଜକ ଦେବିସ୍ମିତା ନାୟକ, ଦୀକ୍ଷା ମହାନ୍ତି, ଜିଲା ସାଇନ୍ସ ସୁପରଭାଇଜର ହିମାଦ୍ରୀ ନନ୍ଦିନୀ ବିଶ୍ୱାଳ, ଜିଲା ପ୍ରକଳ୍ପ କାର୍ଯ୍ୟାଳୟ (ଡିପିସି) ର ସଂଯୋଜକମାନେ ଯୋଗ ଦେଇଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande