ହୁଆଇ ଆଇ ଷ୍ଟାଣ୍ଡ୍ ଫର୍ ସଭାରେ ଦୁଲିକିଲା କଲେଜ କ୍ୟାମ୍ପସ
ଖୋର୍ଦ୍ଧା, ୧୪ ଅକ୍ଟୋବର (ହି.ସ.) - ପ୍ରାଣନାଥ ନାଥ ସ୍ୱୟଂଶାସିତ କଲେଜରେ ଚଳିତ ଛାତ୍ର ସଂସ ସଂସଦ ନିର୍ବାଚନକୁ ନେଇ ଦୀର୍ଘ ପାଂଚଦିନ ଧରି ଚାଲିଥିବା ପ୍ରାର୍ଥୀଙ୍କ ପ୍ରଚାର ମଙ୍ଗଳବାର ଶେଷ ହୋଇଛି। ବୁଧବାର ‘ହୁଆଇ ଆଇ ଷ୍ଟାଣ୍ଡ୍ ଫର୍ ସଭାରେ ପ୍ରାର୍ଥୀମାନେ ଭୋଟରଙ୍କ ସମ୍ମୁଖରେ ନିଜର ମତ ଓ ନିର୍ବାଚନୀ
Whyistndmeeting


ଖୋର୍ଦ୍ଧା, ୧୪ ଅକ୍ଟୋବର (ହି.ସ.) - ପ୍ରାଣନାଥ ନାଥ ସ୍ୱୟଂଶାସିତ କଲେଜରେ ଚଳିତ ଛାତ୍ର ସଂସ ସଂସଦ ନିର୍ବାଚନକୁ ନେଇ ଦୀର୍ଘ ପାଂଚଦିନ ଧରି ଚାଲିଥିବା ପ୍ରାର୍ଥୀଙ୍କ ପ୍ରଚାର ମଙ୍ଗଳବାର ଶେଷ ହୋଇଛି। ବୁଧବାର ‘ହୁଆଇ ଆଇ ଷ୍ଟାଣ୍ଡ୍ ଫର୍ ସଭାରେ ପ୍ରାର୍ଥୀମାନେ ଭୋଟରଙ୍କ ସମ୍ମୁଖରେ ନିଜର ମତ ଓ ନିର୍ବାଚନୀ ମୁଦା ରଖିଛନ୍ତି ଓ ପ୍ରଚାରର ଶେଷ ପର?୍ୟ୍ୟାୟରେ ଆଶାୟୀ ପ୍ରାର୍ଥୀମାନେ ସମର୍ଥକଙ୍କ ସହ ଶ୍ରେଣୀକକ୍ଷରୁ ହଷ୍ଟେଲ ପର?୍ୟ୍ୟନ୍ତ ଭୋଟରଙ୍କୁ ଭେଟି ନିଜ ସପକ୍ଷରେ ମତଦାନ ପାଇଁ ପାଇଁ ଅନୁରୋଧ କରିଥିଲେ। ଡୋର୍ -ଟୁ-ଡୋ ପ୍ରଚାର ଜାରି ରହିଥିଲା। ପ୍ରାର୍ଥୀଙ୍କ ଓ ସମର୍ଥକ ର୍ଥକଙ୍କ ଉପସ୍ଥିତିରେ କ୍ୟାମ୍ପସ ହୋଇଉଠିଥିଲା। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି), ଛାତ୍ର ବିଜେଡି ଏବଂ ପ୍ରାଣନାଥ ଷ୍ଟୁଡେଂଟସ ୟୁନିୟନ(ପିଏସ୍ଏସ୍ୟୁ) ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ଦେଖାଦେଇଛି। ବିଶେଷକରି ସଭାପତି ପଦ ପାଇଁ ତିନି ଛାତ୍ରୀଙ୍କ ମଧ୍ୟରେ ଲଢ଼େଇକୁ ନେଇ ଉତ୍ସାହ ବଢ଼ିଛି ସଙ୍ଗଠନ ନିଜର ନିର୍ବାଚନୀ ଇସ୍ତାହାର ମାଧ୍ୟମରେ ଛାତ୍ରୀଛାତ୍ରଙ୍କ ସମର୍ଥନ ହାସଲ ପାଇଁ ଉଦ୍ୟମ କରୁଛନ୍ତି । କ୍ୟାମ୍ପସ ଭିତରେ ବଢ଼ିଛି। ତିନି ପ୍ରାର୍ଥୀମାନେ ଭୋଟରଙ୍କୁ ମନାଉଥିବା ବେଳେ ବାହାରେ ବିଭିନ୍ନ ଛାତ୍ର ସଙ୍ଗଠନର କର୍ମକର୍ତା ଓ ରାଜନୈତିକ ନେତାଙ୍କ ଗତିବିଧ ମଧ୍ୟ ନିର୍ବାଚନୀ ଚର୍ଚ୍ଚାକୁ ଜୋର୍ଦାର କରିଛି। ଆସନ୍ତା କାଲି ତଥା ୧୫ ତାରିଖରେ ମତଦାନ ଦାନ ହେବାକୁ ଥିବାବେଳେ ଏଥିପାଇଁ ମହାବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତି ଜୋର୍ଦାର କରାଯାଇଛି ବୋଲି ମହାବିଦ୍ୟାଳୟ ଅଧ୍ୟକ୍ଷା ତଥା ନିର୍ବାଚନ ଅଧିକାରୀ ଡ. ପୂର୍ଣ୍ଣିମା ନାୟକ କହିଛନ୍ତି, ଛାତ୍ରଛାତ୍ରୀ ମାନେ ନିର୍ଭୟରେ ମତଦାନ କରିବା ସହ ନିର୍ବାଚନ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବ, ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ଖୋର୍ଦ୍ଧା ସଦର ଏସ୍ଡିପିଓ ପଙ୍କଜ କୁମାର ମାଝୀ କହିଛନ୍ତି ଖୋର୍ଦ୍ଧାରେ ହେବାକୁଥିବା ଛାତ୍ର ସଂସଦ ନିର୍ବାଚନକୁ ଶାନ୍ତିପୂର୍ଣ୍ଣ କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ଏନେଇ ଏସ୍ପିଙ୍କ ନିର୍ଦ୍ଦେଶରେ ପୋଲିସ ଅଧିକାରୀଙ୍କ ବୈଠକ ହୋଇଥିବା ବେଳେ ମହାବିଦ୍ୟାଳୟ କର୍ତୃପକ୍ଷଙ୍କ ସହ ମଧ୍ୟ ଆଲୋଚନା କରାଯାଇଛି। କଲେଜରେ ପୋଲିସ ମୁତୟନ, ଅଣଛାତ୍ରଙ୍କ ପ୍ରବେଶ ରୋକିବା ଓ କୌଣସି ବିଶୃଙ୍ଖଳା ଏଡ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଛି।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande