ପ୍ରାଥମିକ ଶିକ୍ଷକଙ୍କ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ସହ ରାଜ୍ୟ ଫେଡେରେସନର ଆଲୋଚନା
ପ୍ରାଥମିକ ଶିକ୍ଷକଙ୍କ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ସହ ରାଜ୍ୟ ଫେଡେରେସନର ଆଲୋଚନା
ପ୍ରାଥମିକ ଶିକ୍ଷକଙ୍କ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ସହ ରାଜ୍ୟ ଫେଡେରେସନର ଆଲୋଚନା


ପ୍ରାଥମିକ ଶିକ୍ଷକଙ୍କ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ସହ ରାଜ୍ୟ ଫେଡେରେସନର ଆଲୋଚନା


ସମ୍ବଲପୁର, ୧୪, ଅକ୍ଟୋବର (ହି.ସ.) - ପ୍ରାଥମିକ ଶିକ୍ଷକଙ୍କ ବିଭିନ୍ନ ସମସ୍ୟାର ସମାଧାନ ଏବଂ ପଦୋନ୍ନତି ଦାବି ନେଇ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ସମ୍ବଲପୁର ଜିଲ୍ଲାପାଳ ବଳିରାମ ବୋନ୍ଦରଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛି। ଏହାପରେ ଜିଲ୍ଲାପାଳଙ୍କ ସହ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହୋଇଥିବା ଆଲୋଚନାରେ ଜିଲ୍ଲପାଳ ଶ୍ରୀ ବୋନ୍ଦର ଶିକ୍ଷକଙ୍କ ବିଭିନ୍ନ ସମସ୍ୟା ଓ ପଦୋନ୍ନତି ପ୍ରକ୍ରିୟାର ସମୀକ୍ଷା କରାଯିବ ବୋଲି କହିଥିଲେ। ଦାବିପତ୍ରରେ ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତି ପ୍ରକ୍ରିୟାରେ ଅନିୟମିତତା ଏବଂ ଶିକ୍ଷକଙ୍କ ବିରୋଧରେ ହେଉଥିବା ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେଇ ଫେଡେରେସନ ଉଦ୍ୱେଗ ପ୍ରକାଶ କରିଛି। ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବି ଓ ସମସ୍ୟାଗୁଡ଼ିକୁ ବିଚାରକୁ ନେଇ ତୁରନ୍ତ ସମାଧାନ କରିବା ସହ ପଦୋନ୍ନତି କ୍ଷେତ୍ରରେ ନିୟମ ଅନୁଯାୟୀ ପଦକ୍ଷେପ ନେବାକୁ ଦାବି କରାଯାଇଛି। ଶିକ୍ଷକଙ୍କ ଅଭିଯୋଗ ଓ ସମସ୍ୟାକୁ ଶିକ୍ଷା ବିଭାଗ ଗୁରୁତ୍ୱର ସହ ବିଚାର କରୁ ବୋଲି ଫେଡେରେସନ ଅନୁରୋଧ କରିଛି। ଜ଼ିଲ୍ଲାପାଳ ଶ୍ରୀ ବୋନ୍ଦରଙ୍କ ସହିତ ଫେଡେରେସନର କର୍ମକର୍ତା ଆଲୋଚନା କରିବା ପୂର୍ବରୁ ଅତିରିକ୍ତ ଜ଼ିଲ୍ଲାପାଳ ଅଶୋକ ଭୋଇ ଙ୍କୁ ମଧ୍ୟ ଭେଟି ଆଲୋଚନା କରିଥିଲେ ଓ ନିଖିଳ ଉତ୍କଳ ପ୍ରାଥମିକ ଫେଡେରେସନର ରାଜ୍ୟ ସାଧାରଣ ସମ୍ପାଦକ ବବୃବାହନ ଭୋଇଙ୍କ ନେତୃତ୍ୱରେ ଫେଡେରେସନ ସଦସ୍ୟ ସତ୍ୟନାରାୟଣ ବେହେରା, ରାଜ୍ୟ ସମୀକ୍ଷକ ମହେଶ୍ୱର ସାହୁ, ବୀଣାପାଣି ବେହେରା, ରାଜ୍ୟ କାର?୍ୟ୍ୟକାରିଣୀ ସଦସ୍ୟ ମୁଜିବୁଦ୍ଦିନ ଖାନ, କୁନ୍ଦନ ଭୋଇ, ପ୍ରମୋଦିନୀ ମହାପାତ୍ର, ବିଜୟିନୀ ମହାପାତ୍ର ଓ ରେଣୁକା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande