
ଭୁବନେଶ୍ୱର, 14 ଅକ୍ଟୋବର (ହି.ସ.)ଓଡ଼ିଶାର ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କୁ ରାଜ୍ୟର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ସାକ୍ଷାତ କରି ବିଦାୟକାଳୀନ ଶୁଭେଚ୍ଛା ଜଣାଇଛନ୍ତି।
ରାଜ୍ୟପାଳ ଡ. କମ୍ଭମପାଟି ସୋସିଆଲ ମିଡିଆ ‘ଏକ୍ସ’ରେ ଏହି ସାକ୍ଷାତ ସମ୍ପର୍କରେ ସୂଚନା ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ସ୍ୱାଇଁ ରାଜ୍ୟପାଳଙ୍କୁ ସାକ୍ଷାତ କରି ତାଙ୍କୁ ବିଦାୟ ଶୁଭେଚ୍ଛା ଜଣାଇଥିବା ସେ ଉଲ୍ଲେଖ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ