ବେଲପାହାଡ଼ ପୌରପାଳିକାରେ ଘରକୁ ଘର ବୁଲି ସର୍ବେକ୍ଷଣ ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
Training Programme for Door-to-Door Survey Held at Belpahar Municipality
ବେଲପାହାଡ଼ ପୌରପାଳିକାରେ ଘରକୁ ଘର ବୁଲି ସର୍ବେକ୍ଷଣ


ଝାରସୁଗୁଡ଼ା, ୧୪ ଅକ୍ଟୋବର (ହି.ସ.) - ବେଲପାହାଡ଼ ପୌରପାଳିକାରେ ଭୋଟର ତାଲିକା ସଂଶୋଧନ ତଥା ଘରକୁ ଘର ବୁଲି ସର୍ବେକ୍ଷଣ କାର୍ଯ୍ୟକୁ ତ୍ରୁଟିଶୂନ୍ୟ ଓ ସୁଚାରୁ ରୂପେ ସମ୍ପାଦନ କରିବା ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପୌରପାଳିକାର ନିର୍ବାହୀ ଅଧିକାରୀ ତଥା ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଗୌରବ ପ୍ରଧାନଙ୍କ ତତ୍ତ୍ଵାବଧାନରେ ସମସ୍ତ ବିଏଲ୍ଓ ଓ ସର୍ବେକ୍ଷଣ ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କୁ ସର୍ବେକ୍ଷଣର ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ଏଥିରେ ସମୁଦାୟ ୬୫ ଜଣ ବିଏଲ୍ଓ, ସୁପରଭାଇଜର ତଥା କ୍ଷେତ୍ରସ୍ତରୀୟ କର୍ମଚାରୀ ଉପସ୍ଥିତ ରହି ପ୍ରଶିକ୍ଷଣ ଗ୍ରହଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande