
ଝାରସୁଗୁଡ଼ା, 14 ଅକ୍ଟୋବର (ହି.ସ.)- ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ବ୍ରଜରାଜନଗର ପୌରାଞ୍ଚଳରେ ଆଜି ଘରକୁ ଘର ବୁଲି ସର୍ଭେ କାର୍ଯ୍ୟକୁ ତ୍ୱରାନ୍ୱିତ ତଥା ତ୍ରୁଟିଶୂନ୍ୟ କରିବା ଉଦ୍ଦେଶ୍ୟରେ ବୁଥ୍ ସ୍ତରୀୟ ଅଧିକାରୀ ଏବଂ ସୁପରଭାଇଜରମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରଜରାଜନଗର ପୌର ନିର୍ବାହୀ ଅଧିକାରୀ ତଥା ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଚନ୍ଦ୍ରମଣି ସ୍ୱାଇଁ ମୁଖ୍ୟ ଟ୍ରେନର୍ ଭାବେ ଯୋଗଦେଇ ଉପସ୍ଥିତ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ତାଲିକା ସଂଶୋଧନ କରିବା ତଥା ଡାଟା ଯାଞ୍ଚ ପ୍ରକ୍ରିୟାକୁ ସଠିକ୍ ଭାବେ ପରିଚାଳନା କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ୭୮ ଜଣ ବିଏଲ୍ଓ ଏବଂ ୧୪ ଜଣ ସୁପରଭାଇଜରଙ୍କ ମଧ୍ୟରୁ ମୋଟ ୮୨ ଜଣ କ୍ଷେତ୍ରସ୍ତରୀୟ କର୍ମଚାରୀ ଉପସ୍ଥିତ ରହି ସର୍ଭେ ସମ୍ବନ୍ଧୀୟ ବୈଷୟିକ ଏବଂ ପ୍ରକ୍ରିୟାଗତ ନିୟମାବଳୀ ଉପରେ ବିସ୍ତୃତ ଧାରଣା ହାସଲ କରିଥିଲେ। କୌଣସି ଯୋଗ୍ୟ ଭୋଟର ଯେପରି ତାଲିକାରୁ ବାଦ୍ ନ ପଡ଼ନ୍ତି ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ ହୁଏ, ସେଥିପ୍ରତି ସତର୍କ ରହିବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ