କରିଲୋପାଟଣା କଲେଜରେ ହ୍ୱାଏ ଆଇ ଷ୍ଟାଣ୍ଡ ଫର' ମିଟିଙ୍ଗ
କେନ୍ଦ୍ରାପଡ଼ା, ୧୪ ଅକ୍ଟୋବର(ହି.ସ.) – ମାର୍ଶାଘାଇ ବ୍ଲକ କରିଲୋପାଟଣା ଡିଗ୍ରୀ କଲେଜରେ ଛାତ୍ର ସଂସଦ ନିର୍ବାଚନର ଗୁରୁତ୍ୱପୂର୍ଣ୍ଣ ସୋପାନ ହ୍ୱାଏ ଆଇ ଷ୍ଟାଣ୍ଡ ଫର୍ ମିଟିଙ୍ଗ ବୁଧବାର ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି। ଛାତ୍ରସଂସଦ ନିର୍ବାଚନରେ ସଭାପତି ପଦ ପାଇଁ ୨ଜଣ, ଉପ ସଭାପତି ପଦ ପାଇଁ ୨ଜଣ, ସ
-------------କରିଲୋପାଟଣା କଲେଜରେ \'ହ୍ୱାଏ ଆଇ ଷ୍ଟାଣ୍ଡ ଫର\' ମିଟିଙ୍ଗ


କେନ୍ଦ୍ରାପଡ଼ା, ୧୪ ଅକ୍ଟୋବର(ହି.ସ.) – ମାର୍ଶାଘାଇ ବ୍ଲକ କରିଲୋପାଟଣା ଡିଗ୍ରୀ କଲେଜରେ ଛାତ୍ର ସଂସଦ ନିର୍ବାଚନର ଗୁରୁତ୍ୱପୂର୍ଣ୍ଣ ସୋପାନ ହ୍ୱାଏ ଆଇ ଷ୍ଟାଣ୍ଡ ଫର୍ ମିଟିଙ୍ଗ ବୁଧବାର ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି। ଛାତ୍ରସଂସଦ ନିର୍ବାଚନରେ ସଭାପତି ପଦ ପାଇଁ ୨ଜଣ, ଉପ ସଭାପତି ପଦ ପାଇଁ ୨ଜଣ, ସାଧାରଣ ସମ୍ପାଦକ ପଦ ପାଇଁ ୩ ଜଣ ପ୍ରତିଦ୍ୱନ୍ଦୀଙ୍କ ସମେତ ୧୮ ଜଣ ପ୍ରାର୍ଥୀ ଯୋଗଦେଇ ସେ କାହିଁକି ପ୍ରାର୍ଥୀ ହୋଇଛନ୍ତି ସେ ସମ୍ପର୍କରେ ଆଲୋକପାତ କରିଥିଲେ। କଲେଜ ଅଧ୍ୟକ୍ଷ ସୁବ୍ରତ କୁମାର ନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅଧ୍ୟାପକ ବଂଶୀଧର ମିଶ୍ର, ଅଧ୍ୟାପିକା ଶ୍ରୀବିଦ୍ୟା ପାତ୍ର, ଅଧ୍ୟାପକ ଶ୍ରୀନିବାସ ମହାନ୍ତି, ଅଧ୍ୟାପକ ସମୀର ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande