
ଭୁବନେଶ୍ୱର, 14 ଅକ୍ଟୋବର (ହି.ସ.)- ଓଡ଼ିଶାର
ଶିଳ୍ପ ବିପ୍ଳବ ତଥା ଅର୍ଥନୈତିକ ରୂପାନ୍ତରଣରେ ଆଜି ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହେବାକୁ
ଯାଉଛି । ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ସହ ଆମ ପ୍ରତିଭାବାନ ଯୁବପିଢ଼ିଙ୍କୁ ନିଜ ମାଟିରେ
ନିଯୁକ୍ତି ସୁଯୋଗ ଦେବାପାଇଁ ଆମ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ଏହି ପ୍ରତିବଦ୍ଧତାକୁ ସାକାର
କରିବା ଲକ୍ଷ୍ୟରେ ଆଜି ଯାଜପୁରର କଳିଙ୍ଗ ନଗରଠାରେ ପ୍ରାୟ ୩୯,୩୮୩
କୋଟି ଟଙ୍କା ବିନିଯୋଗରେ ୪୬ଟି ବୃହତ ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ମୋହନ ଚରଣ ମାଝୀ ।
ଏହି ଯୁଗାନ୍ତକାରୀ ପଦକ୍ଷେପ
ରାଜ୍ୟରେ ୪୨,୦୦୦ରୁ ଊର୍ଦ୍ଧ୍ୱ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ
ଓଡ଼ିଶାକୁ ଦେଶ ତଥା ବିଶ୍ୱର ଏକ ଅଗ୍ରଣୀ ଉତ୍ପାଦନ କେନ୍ଦ୍ର ଭାବେ ପ୍ରତିଷ୍ଠିତ କରିବ। ସ୍ଥାନୀୟ
ସମ୍ବଳର ଯଥାର୍ଥ ଉପଯୋଗ, ଶିଳ୍ପ ପ୍ରସାର ଏବଂ ପ୍ରତ୍ୟେକ ଓଡ଼ିଆ ପରିବାର ନିକଟରେ ସମୃଦ୍ଧି
ପହଞ୍ଚାଇବା ଆମର ସଂକଳ୍ପ। ଏକ ଆତ୍ମନିର୍ଭର,
ବିକଶିତ ତଥା ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆମର ଏହି ପ୍ରଗତି ଯାତ୍ରା
ନିରନ୍ତର ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା