ଶ୍ରଦ୍ଧେୟ ଦତ୍ତାଜୀ ଡିଡୋଲକର ଓ ଲାଲା ହରଦୟାଲଙ୍କୁ ନମନ କଲେ କେଭି ସିଂହଦେଓ
ଭୁବନେଶ୍ୱର, 14 ଅକ୍ଟୋବର (ହି.ସ.)- ଶ୍ରଦ୍ଧେୟ ଦତ୍ତାଜୀ ଡିଡୋଲକର ଓ ଲାଲା ହରଦୟାଲଙ୍କ ସ୍ମୃତିଚାରଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେଭି ସିଂହଦେଓ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଅଖିଳ ଭାରତୀୟ ବିଦ୍ୟା
ଶ୍ରଦ୍ଧେୟ ଦତ୍ତାଜୀ ଡିଡୋଲକର     ଓ ଲାଲା ହରଦୟାଲଙ୍କୁ ନମନ କଲେ କେଭି ସିଂହଦେଓ


ଭୁବନେଶ୍ୱର, 14 ଅକ୍ଟୋବର (ହି.ସ.)- ଶ୍ରଦ୍ଧେୟ

ଦତ୍ତାଜୀ ଡିଡୋଲକର ଓ ଲାଲା ହରଦୟାଲଙ୍କ ସ୍ମୃତିଚାରଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ

ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେଭି ସିଂହଦେଓ ଏକ ବାର୍ତ୍ତା ଜାରି କରି କହିଛନ୍ତି

ଯେ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପ୍ରମୁଖ ପଥପ୍ରଦର୍ଶକ ତଥା ଯୁବପିଢ଼ିଙ୍କ ମଧ୍ୟରେ

ରାଷ୍ଟ୍ରଭକ୍ତି ଓ ରାଷ୍ଟ୍ରସେବାର ଭାବନା ଜାଗ୍ରତ କରିଥିବା ଶ୍ରଦ୍ଧେୟ ଦତ୍ତାଜୀ ଡିଡୋଲକରଙ୍କ

ପୁଣ୍ୟତିଥିରେ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି। ତାଙ୍କ ଜୀବନ ଓ ବିଚାରଧାରା ସର୍ବଦା ଆମ ପାଇଁ

ପ୍ରେରଣାର ଉତ୍ସ ହୋଇ ରହିବ।

ଅନ୍ୟ ଏକ ବାର୍ତ୍ତାରେ

ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା କ୍ରାନ୍ତିକାରୀ

ଚିନ୍ତାନାୟକ ଲାଲା ହରଦୟାଲ ଜୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି। ଭାରତର ସ୍ୱାଧୀନତା

ସଂଗ୍ରାମ ପ୍ରତି ତାଙ୍କର ଅବଦାନ ଆଜି ମଧ୍ୟ ଆମ ପାଇଁ ଚିରନ୍ତନ ପ୍ରେରଣାର ଉତ୍ସ ହୋଇ ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande