ଧ୍ୟନାଭାବ ଓ ଅତିସକ୍ରିଯତା ବିକାର ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଗଣଦୌଡ଼
ଭୁବନେଶ୍ୱର, ୧୪ ଅକ୍ଟୋବର (ହି.ସ)- ଅକ୍ଟୋବର ମାସକୁ ‘ଆନ୍ତର୍ଜାତୀୟ ଧ୍ୟନାଭାବ ଓ ଅତିସକ୍ରିୟତା ବିକାର (ଏଡିଏଚଡି) ସଚେତନତା ମାସ’ ଭାବରେ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ସମାଜର ଦିବ୍ୟାଙ୍ଗ ବ୍ୟକ୍ତିବିଶେଷଙ୍କ ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ‘ଅଭିଷ୍ଟ ଚାରିଟେବଲ୍ ଟ୍ରଷ୍ଟ’ ପକ୍ଷରୁ ଏକାମ୍ର କାନ
ykit7o


ଭୁବନେଶ୍ୱର, ୧୪ ଅକ୍ଟୋବର (ହି.ସ)- ଅକ୍ଟୋବର ମାସକୁ ‘ଆନ୍ତର୍ଜାତୀୟ ଧ୍ୟନାଭାବ ଓ ଅତିସକ୍ରିୟତା ବିକାର (ଏଡିଏଚଡି) ସଚେତନତା ମାସ’ ଭାବରେ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ସମାଜର ଦିବ୍ୟାଙ୍ଗ ବ୍ୟକ୍ତିବିଶେଷଙ୍କ ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ‘ଅଭିଷ୍ଟ ଚାରିଟେବଲ୍ ଟ୍ରଷ୍ଟ’ ପକ୍ଷରୁ ଏକାମ୍ର କାନନ ବଟାନିକାଲ୍ ଗାର୍ଡେନ୍ ରେ ଏକ ଗଣଦୌଡ଼ର ଆୟୋଜନ ହୋଇଯାଇଛି । ଶହେରୁ ଅଧିକ ଲୋକ ଏହି ଉଦ୍ଦେଶ୍ୟକୁ ସମର୍ଥନ କରି ଦୌଡ଼ରେ ଅଂଶଗ୍ରହଣ କରିଥିଲେ । ଏହି ଦୌଡ଼ର ଲକ୍ଷ୍ୟ ଥିଲା ‘ଧ୍ୟନାଭାବ ଓ ଅତିସକ୍ରିଯତା ବିକାର’ (ଏଡିଏଚଡି) ବିଷୟରେ ସଚେତନତା ସୃଷ୍ଟି କରିବ ।

ଇଊଐଊ ହେଉଛି ଛୋଟପିଲା ଏବଂ ବୟସ୍କମାନଙ୍କ ମଧ୍ୟରେ ଦେଖାଯାଉଥିବା ଏକ ସ୍ନାୟୁଗତ ବିକାରଜନିତ ସମସ୍ୟା । ଏଥିରେ ପୀଡ଼ିତ ଜଣେ ବ୍ୟକ୍ତି ମନୋଯୋଗର ଅଭାବ କିମ୍ବା ଅତ୍ୟଧିକ ଚଂଚଳତା ବା ଆବେଗିକ ପ୍ରତିକ୍ରିୟାଶୀଳତା କିମ୍ବା ଉଭୟ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଆମେରିକାର ‘ସେଂଟର ଫର୍ ଡିଜିଜ୍ କେଂଟ୍ରାଲ୍’ ଅନୁଯାୟୀ, ଆମେରିକୀୟ ନାଗରିକମାନଙ୍କ ୬% (୧୫.୫ ନିୟୁତ) ଲୋକଙ୍କ ପାଖରେ ଏହି ସମସ୍ୟା ଦେଖାଯାଏ । ବର୍ତମାନ ଅନେକ ବୟସ୍କ ମଧ୍ୟ ଏହି ରୋଗର ନିରାକରଣ ବା ଚିହ୍ନଟ ପାଇଁ ଆଗେଇ ଆସୁଥିବା ଦେଖିବାକୁ ମିଳୁଛି ।

ଇଊଐଊ ଜଣେ ବ୍ୟକ୍ତିର କାର୍ଯ୍ୟ ସମ୍ପାଦନ କ୍ଷମତା, ଯୋଜନା ପ୍ରସ୍ତୁତି ଏବଂ କାର୍ଯ୍ୟ ଶେଷ କରିବା ପ୍ରକ୍ରିୟାକୁ ମଧ୍ୟ ପ୍ରଭାବିତ କରିଥାଏ । କେତେକ କ୍ଷେତ୍ରରେ, ପୀଡ଼ିତ ବ୍ୟକ୍ତି ‘ଟାସ୍କ ପାରାଲିସିସ୍’ (କାର୍ଯ୍ୟ ଆରମ୍ଭ କରିବାରେ ଅକ୍ଷମତା)ର ଶିକାର ହୋଇପାରନ୍ତି । କୌଣସି ଦଳଗତ କ୍ରୀଡ଼ା ପାଇଁ ଅସମର୍ଥ ହେଉଥିବାବେଳେ ଦୌଡ଼, ସାଇକେଲ୍ ଚାଳନା ଏବଂ ପହଁରିବା ଭଳି ବ୍ୟକ୍ତିଗତ କ୍ରୀଡ଼ା ସେମାନଙ୍କ ପାଇଁ ସର୍ବୋତମ ଅଟେ । ତେଣୁ, ‘ଏଡିଏଚଡସଚେତନତା ମାସ’ ପାଳନ କରିବା ଏବଂ ଏହା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏହି ଗଣଦୌଡ଼ର ଆୟୋଜନ କରାଯାଇଥିଲା । ‘ଅର୍ଜୁନ ପୁରସ୍କାର’ପ୍ରାପ୍ତ ସାଇକେଲ୍ ଚାଳକ ଶ୍ରୀମତୀ ମିନାତି ମହାପାତ୍ର, ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତିସମ୍ପନ୍ନ ‘ସ୍ପେଶାଲ୍ ଅଲିମ୍ପିକ୍ସ ଭାରତ’ର କୋଚ୍ କୁମାରୀ ଅର୍ପିତା ମହାପାତ୍ର, ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ମାତା ତଥା ଲେଖିକା ଶ୍ରୀମତୀ ବିୟୋତ ପ୍ରଜ୍ଞା ତ୍ରିପାଠୀଙ୍କ ସମେତ ଦକ୍ଷ ଦିବ୍ୟାଙ୍ଗ କ୍ରୀଡ଼ାବିତ ଏବଂ ଅଟିଜିମ୍ ଥିବା ଶିଶୁମାନଙ୍କର ଯତ୍ନ ନେଉଥିବା ବ୍ୟକ୍ତିବିଶେଷ ପ୍ରମୁଖ ଏହି ମାରାଥନ୍?ରେ ଭାଗ ନେଇଥିଲେ । ‘ଅଭିଷ୍ଟ ଚାରିଟେବୁଲ୍ ଟ୍ରଷ୍ଟ’ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଏଲି ପାଢୀଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ କୁମାରୀ ପ୍ରସିଦ୍ଧି ପୋଦ୍ଦାରଙ୍କ ‘ବିଏଇ ରନ୍ କ୍ଲବ୍’ର ଯୁବ ଦୌଡ଼ାଳିମାନଙ୍କ ଅଂଶଗ୍ରହଣ କରିଥିଲେ । ୫ କିଲୋମିଟର ଦୌଡ଼ ପରେ ସାଧାରଣ ଜନତାଙ୍କ ମଧ୍ୟରେ ଏଡିଏଚଡି ସମ୍ପର୍କରେ ଏକ ଆଲୋଚନା କାର୍ଯ୍ୟକ୍ରମ ସହ ଏକ କୁଇଜ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଟ୍ରଷ୍ଟ ପକ୍ଷରୁ ଏଡିଏଚଡ ସମ୍ବନ୍ଧୀୟ ସୂଚନାମୂଳକ ପତ୍ରିକା ବଂଟନ କରାଯାଇଥିଲା । ‘ପୁଲ୍ ଷ୍ଟପ୍ ସ୍ପୋର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍’ ଏହି ମାରାଥନ୍ ଆୟୋଜନରେ ସହଯୋଗ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande