
ଭୁବନେଶ୍ୱର, 14 ଅକ୍ଟୋବର (ହି.ସ.)- ନବରାତ୍ରୀର
ଚତୁର୍ଥ ଦିବସରେ କୁଷ୍ମାଣ୍ଡା ଦେବୀଙ୍କୁ ପ୍ରଣାମ କରିଛନ୍ତି ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ
।
ସୋସିଆଲ ମିଡିଆ ଏକ୍ସରେ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ନବରାତ୍ରୀର ଚତୁର୍ଥ
ଦିବସରେ ଶୁଭଦାୟିନୀ ମା କୁଷ୍ମାଣ୍ଡା ଦେବୀଙ୍କୁ ପ୍ରଣାମ। କରୁଣାମୟୀ ମା' ସମସ୍ତଙ୍କର ରୋଗ, ଦୁଃଖ ଓ ଶୋକ ହରଣ କରି ସମସ୍ତଙ୍କୁ ସୁସ୍ୱାସ୍ଥ୍ୟ, ସମ୍ପଦ ଏବଂ ଶକ୍ତି ପ୍ରଦାନ କରନ୍ତୁ ।
ଉପମୁଖ୍ୟମନ୍ତ୍ରୀ କନକ
ବର୍ଦ୍ଧନ ସିଂହଦେଓ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ନବରାତ୍ରୀର ଚତୁର୍ଥ ଦିବସରେ ମା
କୁଷ୍ମାଣ୍ଡା ଦେବୀଙ୍କୁ ମୋର ଭକ୍ତିପୂତ ପ୍ରଣାମ। ମାତା କୁଷ୍ମାଣ୍ଡାଙ୍କ ଅପାର କରୁଣାରୁ
ସମସ୍ତଙ୍କ ସୃଷ୍ଟି ଶକ୍ତି ଜାଗ୍ରତ ହେଉ ପ୍ରତ୍ୟେକଙ୍କ ଜୀବନ ଆନନ୍ଦ ଓ ଉଲ୍ଲାସରେ ପରିପୂର୍ଣ୍ଣ
ହେଉ, ଏହା ହିଁ
ମା ଙ୍କ ନିକଟରେ ମୋର ପ୍ରାର୍ଥନା।
ମା’ କୁଷ୍ମାଣ୍ଡାଙ୍କ କୃପାରୁ
ସମସ୍ତଙ୍କ ଜୀବନ ସୁଖ, ଶାନ୍ତି, ସମୃଦ୍ଧି ଓ ଆନନ୍ଦରେ ଭରିଯାଉ ବୋଲି କାମନା କରିଛନ୍ତି
ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା