ବାପୁଜୀ ବିଦ୍ୟାପୀଠ ଉପ୍ରା, ଦୁମୁକା କ୍ଲଷ୍ଟରସ୍ତରୀୟ ସୁରଭି
କେନ୍ଦ୍ରାପଡ଼ା, ୧୪ ଅକ୍ଟୋବର(ହି.ସ.) – ମାର୍ଶାଘାଇ ବ୍ଲକ ଆଦମପୁର ବାଲଣା ସ୍ଥିତ ମା ନାରାୟଣୀ ଉଚ୍ଚ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବ ମା ନାରାୟଣୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କିରଣବାଳା ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋ
ବାପୁଜୀ ବିଦ୍ୟାପୀଠ ଉପ୍ରା, ଦୁମୁକା କ୍ଲଷ୍ଟରସ୍ତରୀୟ ସୁରଭି


କେନ୍ଦ୍ରାପଡ଼ା, ୧୪ ଅକ୍ଟୋବର(ହି.ସ.) – ମାର୍ଶାଘାଇ ବ୍ଲକ ଆଦମପୁର ବାଲଣା ସ୍ଥିତ ମା ନାରାୟଣୀ ଉଚ୍ଚ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବ ମା ନାରାୟଣୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କିରଣବାଳା ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ମାର୍ଶାଘାଇ ବ୍ଲକ ଏବିଇଓ ତଥା ବିଆର୍ସିସି ସୁଶାନ୍ତ କୁମାର ବେଉରା, ଦଶିପୁର ପଂଚାୟତ ସରପଂଚ ବିକ୍ରମ କେଶରୀ ଦାଶ, ଯୁବ ସମାଜସେବୀ ରଶ୍ମିରଞ୍ଜନ ରାଉତରାୟ, ଶିକ୍ଷାବିତ ଅଭୟ କୁମାର ଦାସ, ବ୍ରହ୍ମାନନ୍ଦ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଦୁମୁକା ବାପୁଜୀ ବିଦ୍ୟାପୀଠ ଉପ୍ରା କ୍ଲଷ୍ଟରର ସିଆର୍ସିସି ନିବେଦିତା ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ସିଆର୍ଜି ମିନାକ୍ଷୀ ରାଉତ ସହଯୋଗ କରିଥିଲେ। ସହକାରୀ ଶିକ୍ଷକ ବୃଷଭାନୁ ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ଏହି କ୍ଲଷ୍ଟର ଅନ୍ତର୍ଗତ ୧୧ଟି ବିଦ୍ୟାଳୟର ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଦଶିପୁରର ପ୍ରଧାନ ଶିକ୍ଷକ ସୁଦର୍ଶନ ମାଝି, ଶିକ୍ଷକ କେଦାରନାଥ ବେହେରା, ଗଣେଶ ଚନ୍ଦ୍ର ସାହୁ, ଅଶୋକ ଦାସ, ସଚିତ୍ର ତ୍ରିପାଠୀ, ଅନୁଜା ବାସିନୀ ନାୟକ, ଜିତେନ୍ଦ୍ର ରାଉତ, ପ୍ରଭାତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande