ଟିଲୋ କ୍ଲଷ୍ଟରରେ ସୁରଭି
ଭଦ୍ରକ, ୧୪ ଅକ୍ଟୋବର (ହି.ସ.) - ଆଜି ଆଚଂଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି- ୨୦୨୬ ଟିଲୋ କ୍ଲଷ୍ଟର ଅର୍ନ୍ତଗତ ବନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପାଳିତ ହୋଇଯାଇଛି । ବନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଭାସ୍ୱତୀ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସମାର
tillo cluster Suravi programme


ଭଦ୍ରକ, ୧୪ ଅକ୍ଟୋବର (ହି.ସ.) - ଆଜି ଆଚଂଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି- ୨୦୨୬ ଟିଲୋ କ୍ଲଷ୍ଟର ଅର୍ନ୍ତଗତ ବନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପାଳିତ ହୋଇଯାଇଛି । ବନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଭାସ୍ୱତୀ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବନ୍ତ ଗ୍ରା.ପ.ର ସରପଚଂ ମାନସୀରାଣୀ ରାଉତ, ମୁଖ୍ୟବକ୍ତା ଭାବେ ବନ୍ତ ସମିତିସଭ୍ୟ ପରମେଶ୍ୱର ବାରିକ, ଆଚଂଳିକ ସାଧନକେନ୍ଦ୍ର ସଂଯୋଜକ ଆଲୋକ କୁମାର ଦାସ, ସହ ଶିକ୍ଷାଧିକାରୀ ନରେନ୍ଦ୍ର କୁମାର ବାରିକ ଏବଂ ସମ୍ମାନିତ ଅତିଥି ବନ୍ତ ହାଇସ୍କୁଲର ପଚଂସଖା ଶିକ୍ଷା ସେତୁର ଅଧ୍ୟକ୍ଷ ତ୍ରିଲୋଚନ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ସାଧନ କେନ୍ଦ୍ରର ୧୧ ଟି କାର୍ଯ୍ୟକ୍ରମରେ କ୍ଲଷ୍ଟର ଅର୍ନ୍ତଗତ ବିଭିନ୍ନ ବିଦ୍ୟାଳୟର ମୋଟ୍ ୧୨୦ ଜଣ ଛାତ୍ରଛାତ୍ରୀ ଓ ୨୬ ଜଣ ମାର୍ଗଦର୍ଶିକା ଶିକ୍ଷକ ଓ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ । ଶିଶୁ ମହୋତ୍ସବରେ ପ୍ରଥମ ସ୍ଥାନରେ ଥିବା ପ୍ରତିଯୋଗୀ ମାନେ ବ୍ଲକ ସ୍ତରକୁ ଉନ୍ନତି ହୋଇଛନ୍ତି । ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ପୁରସ୍କାରପ୍ରାପ୍ତ ଶିକ୍ଷକ ସୁଶାନ୍ତ କୁମାର ବେହେରା ମଂଚ ଆହ୍ୱାନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ପରିଶେଷରେ ଉଦଯାପନୀ ଉତ୍ସବରେ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଅଧ୍ୟକ୍ଷତାରେ ଭାରତୀ ସୂତାର ବିଆରଟି ଟୁନାବାଳା ଦାଶ , ସିଆରସିସି ଅଶୋକ କୁମାର ଦାସ, ଗିରିଜା ଶଙ୍କର ଲେଙ୍କା, ପ୍ରଧାନଶିକ୍ଷକ ପ୍ରତାପ ଚନ୍ଦ୍ର ବିଶ୍ୱାଳ, ଓ କୁମୁଦୁନି ପ୍ରଧାନ ଅତିଥି ଭାବେ ଛାତ୍ରଛାତ୍ରୀଙ୍କୁ ଦିଗଦର୍ଶନ ପ୍ରଦାନ କରିଥିଲେ । ସର୍ବଶେଷରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande