
ଭୁବନେଶ୍ୱର, 14 ଅକ୍ଟୋବର (ହି.ସ.)- ଅଣଛାତ୍ର
ପ୍ରବେଶକୁ ନେଇ ବାଣୀବିହାର କ୍ୟାମ୍ପସ୍ରେ ଉତ୍ତେଜନା ଦେଖାଦେଇଛି । ଯାହାକୁ ନେଇ ଆରମ୍ଭ
ହୋଇପାରୁନି ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ । ଅଣଛାତ୍ରଙ୍କୁ ବାହାର କରିବା ପାଇଁ ପୋଲିସ
ନାକେଦମ ହୋଇପଡିଲାଣି । ଅଣଛାତ୍ରଙ୍କୁ ବାଣୀବିହାର କ୍ୟାମ୍ପସ୍ରୁ ବାହାରିଯିବାକୁ ସିପି, ଡିସିପି
ଅପିଲ୍ କରିଛନ୍ତି । ସମସ୍ତ ପ୍ରାର୍ଥୀଙ୍କ ସହଯୋଗ ଲୋଡ଼ିଛନ୍ତି ସିପି, ଡିସିପି
। ଅଣଛାତ୍ର ବାହାରିବା ମାତ୍ରେ ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ଅନୁଷ୍ଠିତ ହେବ । କ୍ୟାମ୍ପସ୍
ଅଡିଟୋରିୟମରେ ଚେୟାର ଫିଙ୍ଗା ଫୋପଡ଼ାକୁ ନେଇ ଉତ୍ତେଜନା ଦେଖାଦେଇଛି । ବିଭିନ୍ନ ଛାତ୍ର ସଂଗଠନ
ପକ୍ଷରୁ ନାରାବାଜି, ଛକାପଞ୍ଝା ଦେଖାଦେଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା