୧୪୨୨ ସ୍କୁଲ ପରିଚାଳନା କମିଟି ହେଲା ଇନ୍କ୍ଲୁସିଭ୍
କେନ୍ଦ୍ରାପଡ଼ା, ୧୫ ଅକ୍ଟୋବର (ହି.ସ.)- କେନ୍ଦ୍ରୀୟ ଯୋଜନାର ଜିଲ୍ଲାସ୍ତରୀୟ ପ୍ରଗତି ସମୀକ୍ଷା କରୁଥିବା “ଦିଶା”କମିଟିର ନିର୍ଦ୍ଦେଶନାରେ କେନ୍ଦ୍ରାପଡ଼ା ଜିଲ୍ଲାର ୧୪୨୨ଟି ସ୍କୁଲ ପରିଚାଳନା କମିଟିକୁ ଇନ୍କ୍ଲୁସିଭ୍ ଭାବେ ଗଢ଼ା ଯାଇଛି । ଏଠାରେ ପ୍ରକାଶଯୋଗ୍ୟ ଯେ, କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧି
୧୪୨୨ ସ୍କୁଲ ପରିଚାଳନା କମିଟି ହେଲା ଇନ୍କ୍ଲୁସିଭ୍


କେନ୍ଦ୍ରାପଡ଼ା, ୧୫ ଅକ୍ଟୋବର (ହି.ସ.)- କେନ୍ଦ୍ରୀୟ ଯୋଜନାର ଜିଲ୍ଲାସ୍ତରୀୟ ପ୍ରଗତି ସମୀକ୍ଷା କରୁଥିବା “ଦିଶା”କମିଟିର ନିର୍ଦ୍ଦେଶନାରେ କେନ୍ଦ୍ରାପଡ଼ା ଜିଲ୍ଲାର ୧୪୨୨ଟି ସ୍କୁଲ ପରିଚାଳନା କମିଟିକୁ ଇନ୍କ୍ଲୁସିଭ୍ ଭାବେ ଗଢ଼ା ଯାଇଛି ।

ଏଠାରେ ପ୍ରକାଶଯୋଗ୍ୟ ଯେ, କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଧୀନରେ ୧୪୭୮ଟି ସ୍କୁଲ ପରିଚାଳିତ ହେଉଅଛି । ଉକ୍ତ ବିଦ୍ୟାଳୟଗୁଡିକରେ ପଢ଼ୁଥିବା ୨୫୦୦ରୁ ଉର୍ଦ୍ଧ୍ୱ ସ୍ୱତନ୍ତ୍ର ଆବଶ୍ୟକତା ରଖୁଥିବା ଦିବ୍ୟାଙ୍ଗ ଶିଶୁମାନଙ୍କ ଅବିଭାବକଙ୍କୁ କୌଣସି ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ରୂପେ ରଖା ଯାଇ ନଥିଲା । ସେମାନଙ୍କର ଶୈକ୍ଷିକ ଓ ଅନ୍ୟାନ୍ୟ ସମ୍ବେଦନଶୀଳ ଆବଶ୍ୟକତା ସବୁ ଏହା ଦ୍ୱାରା ଅଣଦେଖା ଓ ପ୍ରଭାବିତ ହେଉଥିବା ପ୍ରସଙ୍ଗକୁ ‘ଦିଶା’ କମିଟିର ନିର୍ବାଚିତ ସଦସ୍ୟ ତଥା ପୁନର୍ବାସର ପ୍ରତିଷ୍ଠାତା ବିରଜା ରାଉତରାୟ,'ଦିଶା' କମିଟିର ଅଧ୍ୟକ୍ଷ ତଥା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଗତ ଜୁନ୍ ମାସରେ ଅନୁଷ୍ଠିତ ପଞ୍ଚମ ଦିଶା ଅଧିବେଶନରେ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ପ୍ରସଙ୍ଗର ଗୁରୁତ୍ୱପୂର୍ଣ୍ଣତା ଓ ସମ୍ବେଦନଶୀଳ ଦିଗକୁ ହୃଦ୍ବୋଧ କରି ଜିଲ୍ଲା ଶିକ୍ଷାଧିକାରୀଙ୍କୁ ବିହିତ ପଦକ୍ଷେପ ପାଇଁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଓସେପାର ୨୬.୦୬.୨୦୨୬ରେ ପ୍ରଣିତ ନିୟମାବଳୀ ଚିଠିସଂଖ୍ୟା ୭୦୬୩ ଆଧାରରେ ଜିଲ୍ଲା ଶିକ୍ଷାଧିକାରୀ ୧୪୭୮ ସ୍କୁଲ୍ ପକ୍ଷରୁ ୧୪୨୨ ଗୋଟି ସ୍କୁଲର ପରିଚାଳନା କମିଟିରେ ସ୍ୱତନ୍ତ୍ର ଦିବ୍ୟାଙ୍ଗ ଶିଶୁଙ୍କ ଜଣେ ଅବିଭାବକଙ୍କୁ ନେଇ ଏକ ସମ୍ମିଳିତ କମିଟି ଗଠନ କରିଛନ୍ତି । ସ୍କୁଲ୍ ପରିଚାଳନା କମିଟିର ଏହି ଇନ୍କ୍ଲୁସିଭ୍ ରୂପରେଖ ନୂତନ ଜାତୀୟ ଶିକ୍ଷାନୀତିର ସମାବେଶୀ ଶିକ୍ଷାର ପରିକଳ୍ପନାକୁ ସାକାର କରାଇବାରେ ସହାୟକ ହେବ ବୋଲି ଶ୍ରୀ ରାଉତରାୟ ଆଶାପୋଷଣ କରିଛନ୍ତି । ଏଥି ନିମନ୍ତେ ସେ 'ଦିଶା' କମିଟିର ଅଧ୍ୟକ୍ଷଙ୍କୁ ଏହି ଜିଲ୍ଲାସ୍ତରୀୟ ଯୁଗାନ୍ତକାରୀ ପଦକ୍ଷେପ ଦିଗରେ ନିର୍ଣ୍ଣାୟକ ନିର୍ଦ୍ଦେଶ ଦେଇଥିବାରୁ କୃତଜ୍ଞତା ଜଣାଇଛନ୍ତି । ଏବଂ ଏହି ପଥିକୃତ ପଦକ୍ଷେପ ଓଡିଶାର ଅନ୍ୟ ଜିଲ୍ଲାସବୁର ସ୍କୁଲ ପରିଚାଳନା କମିଟିକୁ ଇନ୍କ୍ଲୁସିଭ୍ ରୂପ ଦେବାରେ ମାର୍ଗଦର୍ଶିକା ସାବ୍ୟସ୍ତ ହେବ ବୋଲି ବ୍ୟକ୍ତ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande