ପୂର୍ବତନ ରାଷ୍ଟ୍ରପତି ଡଃ ଏ .ପି. ଜେ. ଅବଦୁଲ କଲାମଙ୍କ ୯୫ ତମ ଜୟନ୍ତୀ ପାଳିତ
କେନ୍ଦ୍ରାପଡ଼ା, ୧୫ ଅକ୍ଟୋବର (ହି.ସ.)- ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡଃ. ଏ . ପି. ଜେ. ଅବଦୁଲ କଲାମଙ୍କ ୯୫ ତମ ଜୟନ୍ତୀ କେନ୍ଦ୍ରାପଡ଼ାର ଭାରତରତ୍ନ ଡଃ. ଅବଦୁଲ କଲାମ ସ୍ମୃତି କମିଟି ତରଫରୁ ପାଳନ କରାଯାଇଅଛି । କେନ୍ଦ୍ରାପଡାର ପୁରାତନ ମେଡିକାଲ ରୋଡ ସ୍ଥିତ ଅବସରପ୍ରାପ୍ତ ସରକାରୀ କର୍
ପୂର୍ବତନ ରାଷ୍ଟ୍ରପତି ଡଃ  ଏ . ପି.  ଜେ. ଅବଦୁଲ କଲାମଙ୍କ ୯୫ ତମ ଜୟନ୍ତୀ ପାଳିତ


କେନ୍ଦ୍ରାପଡ଼ା, ୧୫ ଅକ୍ଟୋବର (ହି.ସ.)- ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡଃ. ଏ . ପି. ଜେ. ଅବଦୁଲ କଲାମଙ୍କ ୯୫ ତମ ଜୟନ୍ତୀ କେନ୍ଦ୍ରାପଡ଼ାର ଭାରତରତ୍ନ ଡଃ. ଅବଦୁଲ କଲାମ ସ୍ମୃତି କମିଟି ତରଫରୁ ପାଳନ କରାଯାଇଅଛି । କେନ୍ଦ୍ରାପଡାର ପୁରାତନ ମେଡିକାଲ ରୋଡ ସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଅବଦୁଲ କଲାମଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ସଂଘ କାର୍ଯ୍ୟାଳୟ ପରିସରରେ ସଂଘର ସଭାପତି ହେମନ୍ତ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ଉପସ୍ଥିତ ଥିବା ବକ୍ତାମାନେ ଡଃ. କଲାମ ଜଣେ ଉଚ୍ଚକୋଟୀର ଦାର୍ଶନିକ, ବୈଞ୍ଜାନିକ, ଦେଶପ୍ରେମୀ, ଶିକ୍ଷକ ଥିଲେ ବୋଲି ସ୍ମୃତିଚାରଣ କରିଥିଲେ । ରାଷ୍ଟ୍ରପତି ଭାବରେ ନିରାଡମ୍ବର ଜୀବନ ଯାପନ ତାଙ୍କର ବ୍ୟକ୍ତିତ୍ୱର ବୈଶିଷ୍ଟ୍ୟ ଥିଲା ।

ଏହି ସଭାରେ ବ୍ରଜ କିଶୋର ଜେନା, ଗୋପିନାଥ ବାରିକ, ଅକ୍ଷୟ କୁମାର ନାୟକ, ପରମାନନ୍ଦ ତ୍ରିପାଠୀ, ତପନ କୁମାର ସିଂହ, ବିଜୟ କୁମାର ଦାସ, ସେକ୍ ମନସୁର ଅଲ୍ଲୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସର୍ବଶେଷରେ ସଂଗଠନ ସମ୍ପାଦକ ତଥା ପରିବେଶବିତ୍ କାଶୀନାଥ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande