ଛାତ୍ରସଂସଦ ନିର୍ବାଚନ: କେନ୍ଦୁଝର ଜିଲ୍ଲାରେ ୧୪ଟି କଲେଜ ଓ ଧରଣୀଧର ବିଶ୍ୱବିଦ୍ୟାଳୟ ରେ ଏଭିବିପି, ତିନୋଟି କଲେଜରେ ବିସିଜେଡି ସମର୍ôଥତ ଓ ଗୋଟିଏ ରେ ଛାତ୍ର କଂଗ୍ରେସ ବିଜୟୀ
କେନ୍ଦୁଝର, ୧୫ ଅକ୍ଟୋବର (ହି.ସ.) - କେନ୍ଦୁଝର ଜିଲ୍ଲାର ୧୮ଟି ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ହୋଇ ଯାଇଛି। କେନ୍ଦୁଝର ଜିଲ୍ଲାର ବଡ଼ବିଲ କଲେଜ, ଚମ୍ପୁଆର ଚନ୍ଦ୍ରଶେଖର ମହାବିଦ୍ୟାଳୟ, ରିମୁଳି କଲେଜ, ଯୋଡ଼ା ମହିଳା ମହାବିଦ୍ୟାଳୟ, କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ, ସରକାରୀ ମହିଳା ମହାବିଦ୍ୟା
ଛାତ୍ରସଂସଦ ନିର୍ବାଚନ: କେନ୍ଦୁଝର ଜିଲ୍ଲାରେ ୧୪ଟି କଲେଜ ଓ ଧରଣୀଧର ବିଶ୍ୱବିଦ୍ୟାଳୟ ରେ ଏଭିବିପି, ତିନୋଟି କଲେଜରେ ବିସିଜେଡି ସମର୍ôଥତ ଓ ଗୋଟିଏ ରେ ଛାତ୍ର କଂଗ୍ରେସ ବିଜୟୀ


କେନ୍ଦୁଝର, ୧୫ ଅକ୍ଟୋବର (ହି.ସ.) - କେନ୍ଦୁଝର ଜିଲ୍ଲାର ୧୮ଟି ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ହୋଇ ଯାଇଛି। କେନ୍ଦୁଝର ଜିଲ୍ଲାର ବଡ଼ବିଲ କଲେଜ, ଚମ୍ପୁଆର ଚନ୍ଦ୍ରଶେଖର ମହାବିଦ୍ୟାଳୟ, ରିମୁଳି କଲେଜ, ଯୋଡ଼ା ମହିଳା ମହାବିଦ୍ୟାଳୟ, କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ, ସରକାରୀ ମହିଳା ମହାବିଦ୍ୟାଳୟ, ଶୁଆକାଟିସ୍ଥିତ ପାଟେଶ୍ୱର ମହାବିଦ୍ୟାଳୟ, ଝୁମ୍ପୁରା ପଂଚାୟତ ସମିତି ମହାବିଦ୍ୟାଳୟ, ରେକୁଟିଆ କୁଶଳେଶ୍ୱର ଆଂଚଳିକ ମହାବିଦ୍ୟାଳୟ, ସାଇଁକୁଳ ପତିତପାବନ ମହାବିଦ୍ୟାଳୟ, ପାଟଣା ଆଂଚଳିକ ମହାବିଦ୍ୟାଳୟ, ଆନନ୍ଦପୁର ମହାବିଦ୍ୟାଳୟ, କନକମଞ୍ଜରୀ ମହିଳା ମହାବିଦ୍ୟାଳୟ, ହାଟଡିହି ଆଂଚଳିକ ମହାବିଦ୍ୟାଳୟ, ସୋସୋ ସ୍ଥିତ ବଉଳା ଡିଗ୍ରି ମହାବିଦ୍ୟାଳୟ, ତେଲକୋଇର ଚାରିଗଡ଼ ମହାବିଦ୍ୟାଳୟ, ହରିଚନ୍ଦନପୁରର ବ୍ରଜବନ୍ଧୁ ଡିଗ୍ରି କଲେଜ ଓ ଘଟଗାଁର ତାରିଣୀ ଠାକୁରାଣୀ ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ହୋଇଛି। ଆଜି ନିର୍ବାଚନ ସକାଳୁ ହୋଇଥିବା ବେଳେ ସନ୍ଧ୍ୟା ସୁଦ୍ଧା ସମସ୍ତ କଲେଜରେ ଫଳାଫଳ ପ୍ରକାଶ ପାଇଛି। ଜିଲ୍ଳାର ସମସ୍ତ ୧୮ ଟି କଲେଜ ରେ ୧୩ ଟିରେ ଏବିଭିପି ସମର୍ôଥତ ପ୍ରାର୍ଥୀ କ୍ଲିନ୍ ସ୍ୱିପ କରିଛି। ଏଥିରେ ବିସିଜେଡି ସମର୍ôଥତ ପ୍ରାର୍ଥୀ ଯୋଡା ମହିଳା ମହାବିଦ୍ୟାଳୟ, ଆନନ୍ଦପୁର କନକ ମଞ୍ଜରୀ ମହାବିଦ୍ୟାଳୟ , ସାଇଁକୁଳ ମହାବିଦ୍ୟାଳୟରେ ଜିତି ଥିବା ବେଳେ, କଂଗ୍ରେସ ସମର୍ôଥତ ପ୍ରାର୍ଥୀ ମାତ୍ର ସୋଷୋ ମହାବିଦ୍ୟାଳୟ ରେ ଜିତିବାରେ ସକ୍ଷମ ହୋଇଛନ୍ତି। ସେହିପରି ବଡବିଲ ମହାବିଦ୍ୟାଳୟରେ ନି୍ୱର୍ାଚନ ଫଳାଫଳ ଉପରେ ରୋକ୍ ଲଗାଇଛି ହାଇକୋର୍ଟ। ଆଜିର ଏହି ନିର୍ବାଚନୀ ଫଳାଫଳ ପ୍ରକାଶ ପରେ ଜିଲ୍ଲାରେ ଏବିଭିପି ର ଲହର ଖେଳି ଯାଇଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande