
କେନ୍ଦୁଝର, ୧୫ ଅକ୍ଟୋବର (ହି.ସ.) - ଘଟଗାଁ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଏବିଭିପିର ବାଜିମାତ୍। ନିର୍ବାଚନରେ ସମସ୍ତ ପଦବୀ ହାତେଇ ନେଇଛି ଏବିଭିପି। ସଭାପତି ଭାବେ ରୋଜାଲିନ ରାଉତ ଏବଂ ସମ୍ପାଦକ ଭାବେ ଆଶିଷ ସେଠୀ ବିଜୟୀ ହୋଇଛନ୍ତି। ଅନ୍ୟ ପଦବୀଗୁଡ଼ିକରେ ମଧ୍ୟ ଏବିଭିପି ପ୍ରାର୍ଥୀମାନେ ବିଜୟୀ ହୋଇଥିବାରୁ କଲେଜ ପରିସରରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି। ବିଜୟ ପରେ କଲେଜ ସମ୍ମୁଖରେ ଏବିଭିପି ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA