ମାର୍ଶାଘାଇରେ ଆକାଶ ବିଶ୍ୱାଳ, କରିଲୋପାଟଣାରେ ମହାପ୍ରସାଦ ଦାସ ଏବଂ ଅନ୍ତେଇରେ ଅରୁନ୍ଧତୀ ଦାସ ସଭାପତି ନିର୍ବାଚିତ
କେନ୍ଦ୍ରାପଡ଼ା, ୧୫ ଅକ୍ଟୋବର(ହି.ସ.) – ଛାତ୍ର ସଂସଦ ନିର୍ବାଚନରେ ମାର୍ଶାଘାଇ ମହାବିଦ୍ୟାଳୟରେ ଆକାଶ ବିଶ୍ୱାଳ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି କରିଲୋ ପାଟଣା ମହାବିଦ୍ୟାଳୟରେ ମହାପ୍ରସାଦ ଦାସ ଏବଂ ଅନ୍ତେଇ ସ୍ଥିତ ବିଜୁ ପଟ୍ଟନାୟକ ମହାବିଦ୍ୟାଳୟରେ ଅରୁନ୍ଧତୀ ଦାସ ସଭାପତି ଭାବେ ନିର୍ବା
---------------ମାର୍ଶାଘାଇରେ ଆକାଶ ବିଶ୍ୱାଳ,  କରିଲୋପାଟଣାରେ  ମହାପ୍ରସାଦ ଦାସ ଏବଂ ଅନ୍ତେଇ ରେ ଅରୁନ୍ଧତୀ ଦାସ ସଭାପତି ନିର୍ବାଚିତ


କେନ୍ଦ୍ରାପଡ଼ା, ୧୫ ଅକ୍ଟୋବର(ହି.ସ.) – ଛାତ୍ର ସଂସଦ ନିର୍ବାଚନରେ ମାର୍ଶାଘାଇ ମହାବିଦ୍ୟାଳୟରେ ଆକାଶ ବିଶ୍ୱାଳ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି କରିଲୋ ପାଟଣା ମହାବିଦ୍ୟାଳୟରେ ମହାପ୍ରସାଦ ଦାସ ଏବଂ ଅନ୍ତେଇ ସ୍ଥିତ ବିଜୁ ପଟ୍ଟନାୟକ ମହାବିଦ୍ୟାଳୟରେ ଅରୁନ୍ଧତୀ ଦାସ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ମାର୍ଶାଘାଇ ମହାବିଦ୍ୟାଳୟରେ ସଭାପତି ଭାବେ ଆକାଶ ବିଶ୍ୱାଳ ନିର୍ବାଚିତ ହୋଇଛନ୍ତି। ଆକାଶ ବିଶ୍ୱାଳ ୫୧୩ ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ସ୍ମୃତି ରଞ୍ଜନ ପ୍ରଧାନଙ୍କୁ ୩୩୬ ଖଣ୍ଡ ଏବଂ ଅନ୍ୟତମ ପ୍ରାର୍ଥୀନୀ ଲୋପାମୁଦ୍ରା ସ୍ୱାଇଁଙ୍କୁ ୧୦୧ଖଣ୍ଡ ଭୋଟ ମିଳିଛି କ୍ଷ ମାର୍ଶାଘାଇ ମହାବିଦ୍ୟାଳୟରେ ସାଧାରଣ ସମ୍ପାଦକ ଭାବେ ମନୋଜ ପରିଡା, ଉପସଭାପତି ଭାବେ ଶାନ୍ତନୁ ମଣ୍ଡଳ ନିର୍ବାଚିତ ହୋଇଛନ୍ତି। କରିଲୋପାଟଣା ମହାବିଦ୍ୟାଳୟରେ ସଭାପତି ଭାବେ ମହାପ୍ରସାଦ ଦାସ ନିର୍ବାଚିତ ହୋଇଛନ୍ତି କ୍ଷ ମହାପ୍ରସାଦଙ୍କୁ ୧୯୪ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ସତ୍ୟବ୍ରତ ମଲ୍ଲିକଙ୍କୁ ୧୩୭ ଖଣ୍ଡ ଭୋଟ ମିଳିଛି କ୍ଷ ସେହିପରି କରିଲୋପାଟଣା ମହାବିଦ୍ୟାଳୟରେ ଉପ ସଭାପତି ଭାବେ ବିଶ୍ୱଜିତ ନାୟକ ଓ ସାଧାରଣ ସମ୍ପାଦକ ଭାବେ ସୁଶୀଲ କୁମାର ଜେନା ନିର୍ବାଚିତ ହୋଇଛନ୍ତି କ୍ଷ ସେହିପରି ଅନ୍ତେଇ ବିଜୁ ପଟ୍ଟନାୟକ ମହାବିଦ୍ୟାଳୟରେ ସଭାପତି ଭାବେ ଅରୁନ୍ଧତୀ ଦାସ ନିର୍ବାଚିତ ହୋଇଛନ୍ତି କ୍ଷ ଅରୁନ୍ଧତୀଙ୍କୁ ୧କ୍ଟ୨ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ତନୁଜା ଦାସଙ୍କୁ ୭୯ ଖଣ୍ଡ ଭୋଟ ମିଳିଛି। ଉପସଭାପତି ଭାବେ ଦେବୀ ପ୍ରସାଦ ନାୟକ ଓ ସାଧାରଣ ସମ୍ପାଦକ ଭାବେ ପପୁନା ମଲ୍ଲିକ ନିର୍ବାଚିତ ହୋଇଛନ୍ତି। ସୂଚନାଯୋଗ୍ୟ ମାର୍ଶାଘାଇ ଓ ଅନ୍ତେଇ ବିଜୁ ପଟ୍ଟନାୟକ ମହାବିଦ୍ୟାଳୟ ନିର୍ବାଚିତ ବିଜୟୀ ସଭାପତି ଏବିଭିପି ସମର୍ôଥତ ବୋଲି ଜଣାପଡିଥିବା ବେଳେ କରିଲୋପାଟଣା ମହାବିଦ୍ୟାଳୟରେ ବିଜୟୀ ସଭାପତି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ସମର୍ôଥତ ବୋଲି ଦାବୀ କରୁଥିବାବେଳେ ବିସିଜେଡିର ପ୍ରାର୍ଥୀ ବୋଲି ସମର୍ଥକମାନେ ମଧ୍ୟ ଦାବୀ କରୁଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande