ବ୍ୟବସାୟୀ ଅକ୍ଷୟ ପାତ୍ରଙ୍କ ପରଲୋକ
ଭୁବନ, ୧୫ ଅକ୍ଟୋବର (ହି.ସ.)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ୧୪ ନମ୍ବର ୱାର୍ଡ ବଢେଇ ସାହି ବିଶିଷ୍ଟ ବ୍ୟବସାୟୀ ଅକ୍ଷୟ କୁମାର ପାତ୍ର ( ୬୩ )ଙ୍କ ବୁଧବାର ମଧ୍ୟରାତ୍ରରେ ହୃଦଘାତରେ ପରଲୋକ ହୋଇଯାଇଛି। ସ୍ୱର୍ଗତ ଅକ୍ଷୟ ବାବୁ ନୂଆ ବଜାରରେ ଦୀର୍ଘ ଦିନ ହେଲା ଗ୍ରୋସେରି ଦୋକାନ କର
ଅକ୍ଷୟ ପାତ୍ର


ଭୁବନ, ୧୫ ଅକ୍ଟୋବର (ହି.ସ.)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ୧୪ ନମ୍ବର ୱାର୍ଡ ବଢେଇ ସାହି ବିଶିଷ୍ଟ ବ୍ୟବସାୟୀ ଅକ୍ଷୟ କୁମାର ପାତ୍ର ( ୬୩ )ଙ୍କ ବୁଧବାର ମଧ୍ୟରାତ୍ରରେ ହୃଦଘାତରେ ପରଲୋକ ହୋଇଯାଇଛି। ସ୍ୱର୍ଗତ ଅକ୍ଷୟ ବାବୁ ନୂଆ ବଜାରରେ ଦୀର୍ଘ ଦିନ ହେଲା ଗ୍ରୋସେରି ଦୋକାନ କରି ତାଙ୍କ ଉତ୍ତମ ବ୍ୟବହାର ପାଇଁ ଲୋକ ପ୍ରିୟତା ହାସଲ କରିଥିଲେ। ତାଙ୍କ ବିୟୋଗ ଖବର ଶୁଣି ନଗରପାଳ ଶୁଭେନ୍ଦୁ କୁମାର ସାହୁ, ନୂଆ ବଜାର ବଣିକ ସଂଘ ସଭାପତି ଦୁଷ୍ମନ୍ତ କୁମାର ପୃଷ୍ଟି ଓ କର୍ମକର୍ତ୍ତାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଘରେ ପହଞ୍ଚି ଅନ୍ତିମ ଦର୍ଶନ କରିବା ସହ ଶବ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

ସ୍ୱର୍ଗତ ଅକ୍ଷୟ ବାବୁ ଭୁବନ ଉଚ୍ଚ ବିଦ୍ୟାଳୟର ୧୯୮୦ ମାଟ୍ରିକ ବ୍ୟାଚର ଛାତ୍ର ଥିଲେ ଓ ନୂଆ ବଜାର ବଣିକ ସଂଘର କର୍ମକର୍ତ୍ତା ଥିଲେ। ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ବଣିକ ସଂଘ, ଭୁବନ କାପୁଡିଆ ସମାଜ ସହିତ ବହୁ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ରହିଥିଲେ। ଜଣେ ଅତ୍ୟନ୍ତ ଶାନ୍ତ, ସରଳ, ଭଦ୍ର, ଅମାୟିକ, ପରୋପକାରୀ, ସ୍ନେହୀ, ଦୟାଳୁ ସ୍ୱଭାବର ବ୍ୟକ୍ତି ହୋଇଥିବାରୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି ଓ ନୂଆ ବଜାର ଦିନକ ପାଇଁ ବନ୍ଦ ରଖାଯାଇଛି।

ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ


 rajesh pande