
ଭଦ୍ରକ, ୧୫ ଅକ୍ଟୋବର (ହି.ସ.) - ଭଦ୍ରକ ବ୍ଲକ ଅନ୍ତର୍ଗତ ଚରମ୍ପା ମହାବିଦ୍ୟାଳୟର ନିର୍ବାଚନ ଫଳାଫଳ ଘୋଷଣା ହୋଇଛି। ସଭାପତି ଭାବେ ଅଖିଳ ଭାରତୀୟ ବିଦ୍ୟାଥୀ ପରିଷଦର ଚନ୍ଦନ ମିଶ୍ର ବିଜୁ ଛାତ୍ର ଜନତା ଦଳର ଶୁଭମ ମଲ୍ଲିକଙ୍କୁ, ସମ୍ପାଦକ ଭାବେ ଦିଲନ ଚନ୍ଦ୍ର ସାହୁ ବିଜୁ ଛାତ୍ର ଜନତା ଦଳର ଅଂଶୁମାନ ମିଶ୍ରଙ୍କୁ ପରାସ୍ତ କରିଛନ୍ତି। ସହ ସମ୍ପାଦକ ଭାବେ ସରୋଜ କୁମାର କର ବିଜୟ ଲାଭ କରିଥିବା ଜଣାପଡିଛି। ଅନ୍ୟ ପଟେ ଉପ ସଭାନେତ୍ରୀ ଭାବେ ଲୋପାମୁଦ୍ରା ମହାନ୍ତି ବିନା ପ୍ରତିଦ୍ୱନ୍ଦୀତାରେ ବିଜୟ ଲାଭ କରିଥିଲେ। ଚରମ୍ପା ମହାବିଦ୍ୟାଳୟରେ ଚାଲିଥିବା ବିକାଶ କର୍ଯ୍ୟକ୍ରମ ଆହୁରି ତୁରାନ୍ୱିତ ପାଇଁ ଚେଷ୍ଟା କରିବେ ବୋଲି ବିଜୟୀ ସଭାପତି ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ