
ଚମ୍ପୁଆ, ୧୫ ଅକ୍ଟୋବର (ହି.ସ.)- ଚମ୍ପୁଆ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏବିଭିପିର ବାଜିମାତ ହୋଇଥିବା ଜଣାପଡିଛି । ସଭାପତି ଭାବେ ଆଦିତ୍ୟ କୁମାର ପୂର୍ତ୍ତି ନିର୍ବାଚିତ ହୋଇଛନ୍ତି । ଉପସଭାପତି ଭାବେ ଅନ୍ନପୂର୍ଣ୍ଣା ସାହୁ ନିର୍ବାଚିତ ହୋଇଛନ୍ତି । ସମ୍ପାଦକ ଭାବେ ବିକାଶ ନାଏକ, ସହ ସମ୍ପାଦକ ଭାବେ ମୋନାଲିସା ମହାନ୍ତ ନିର୍ବାଚିତ ହୋଇଛନ୍ତି । ଡେସ୍କୋଲାର ଆସୋସିଏସନ ସମ୍ପାଦକ ଭାବେ ନନ୍ଦି ମୁଣ୍ଡା ନିର୍ବାଚିତ ହୋଇଛନ୍ତି । ସାମାଜିକ ସେବା ପରାମର୍ଶଦାତା ସମ୍ପାଦକ ଭାବେ ଦିନେଶ ନନ୍ଦି ନିର୍ବାଚିତ ହୋଇଛନ୍ତି ।
ସଭାପତି ପଦବୀ ପାଇଁ ନିର୍ବାଚନ ଲଢୁଥିବା ବିସିଜେଡି ପ୍ରାର୍ଥୀ ଦେବଶ୍ରୀ ମହାନ୍ତ ୩୩୧ ଖଣ୍ଡ ଭୋଟ ପାଇଥିବାବେଳେ ଏବିଭିପି ସମର୍ଥିତ ପ୍ରାର୍ଥୀ ଆଦିତ୍ୟ କୁମାର ପୂର୍ତ୍ତି ୩୬୭ ଭୋଟ ପାଇଥିଲେ । ସେହିପରି ଉପସଭାପତି ପଦପାଇଁ ବିସିଜେଡି ପ୍ରାର୍ଥୀ ରଜତ କୁମାର ସାହୁ ୩୧୭ ଖଣ୍ଡ ଭୋଟ ପାଇଥିଲାବେଳେ ଏବିଭିପି ପ୍ରାର୍ଥୀ ଅନ୍ନପୂର୍ଣ୍ଣା ସାହୁ ୩୭୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ସେହିପରି ସମ୍ପାଦକ ପଦପାଇଁ ବିସିଜେଡି ପ୍ରାର୍ଥୀ ଅର୍ପିତା ଗିରି ୩୧୯ ଖଣ୍ଡ ଭୋଟ ପାଇଥିଲା ବେଳେ ଏବିଭିପି ପ୍ରାର୍ଥୀ ବିକାଶ ନାଏକ ୩୭୧ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ସେହିପରି ସହ ସମ୍ପାଦକ ପଦ ପାଇଁ ବିସିଜେଡି ପ୍ରାର୍ଥୀ ୩୧୯ ଖଣ୍ଡ ଭୋଟ ପାଇଥିଲାବେଳେ ଏବିଭିପି ପ୍ରାର୍ଥୀ ୩୭୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ ।
ନିର୍ବାଚନ ଅଧିକାରୀ ଭାବେ ଚମ୍ପେଶ୍ୱର ମିଶ୍ର, ଅବଜରଭର ଭାବେ ପୂର୍ଣ୍ଣଚନ୍ଦ୍ର ଗିରି ପ୍ରମୁଖ ନିର୍ବାଚନ ପରିଚାଳନା କରିଥିଲା ବେଳେ କଲେଜର ଅଧ୍ୟକ୍ଷ ପ୍ରଶାନ୍ତ ନନ୍ଦ ସମସ୍ତ କାର୍ଯ୍ୟକ୍ରମର ତଦାରଖ କରିଥିବା ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / Trinath Mahanta