ଜଜାଙ୍ଗ ଉ.ପ୍ରା. ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ
କେନ୍ଦ୍ରାପଡ଼ା, ୧୫ ଅକ୍ଟୋବର (ହି.ସ.)- ସରକାରୀ ଉ. ପ୍ରା. ବିଦ୍ୟାଳୟ ଜଜାଙ୍ଗରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ୨୦୨୬ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ମହାପାତ୍ରଙ୍କ ପୌରହିତ୍ୟରେ ଆଜି ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ବ୍ଲକ୍ ଉପାଧ
ଜଜାଙ୍ଗ ଉ. ପ୍ରା . ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ


କେନ୍ଦ୍ରାପଡ଼ା, ୧୫ ଅକ୍ଟୋବର (ହି.ସ.)- ସରକାରୀ ଉ. ପ୍ରା. ବିଦ୍ୟାଳୟ ଜଜାଙ୍ଗରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ୨୦୨୬ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ମହାପାତ୍ରଙ୍କ ପୌରହିତ୍ୟରେ ଆଜି ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ବ୍ଲକ୍ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର ମୁଖ୍ୟ ଅତିଥି, ଅବସର ପ୍ରାପ୍ତ ଓ କବୟିତ୍ରୀ ଅନ୍ନପୂର୍ଣ୍ଣା ମହାନ୍ତି ମୁଖ୍ୟବକ୍ତା, ଗୁଲନଗର ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ତରାଇ ଓ ଜଜାଙ୍ଗ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜିକା ନିରୋଜା ନଳିନୀ ମହାନ୍ତି ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । ସୁଜାନଗର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରଞ୍ଜନ ରଣା ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିକ୍ଷକ ଉମାକାନ୍ତ ମହାପାତ୍ର ସୁନ୍ଦର ଶ୍ଳୋକ ଆବୃତି ମଧ୍ୟମରେ କାର୍ଯକ୍ରମର ଶୁଭାରମ୍ଭ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ କ୍ଲଷ୍ଟରର ୧୪ଟି ବିଦ୍ୟାଳୟର ପ୍ରାୟ ୨୦୦ ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ଓ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । କ୍ଲଷ୍ଟରର ପ୍ରତ୍ୟେକ ବିଦ୍ୟାଳୟରୁ ଆସିଥିବା ସୁଦକ୍ଷ ଶିକ୍ଷକ/ଶିକ୍ଷୟିତ୍ରୀ ଅମରେନ୍ଦ୍ର ମହାନ୍ତି, ସ୍ନେହଲତା ପରିଡ଼ା, ଉମାକାନ୍ତ ମହାପାତ୍ର, ପ୍ରଜ୍ଞାପ୍ରଗଲଭା ଚଇନି, ମଣ୍ଡରଧର ରଥ, ମାନସୀ ସିଂହ, ଶୁଭସ୍ମିତା ସ୍ୱାଇଁ, ଅତୁଳା ମୋନାଲିସା ରାଉତ, ଭୂମିଶ୍ମିତା ମାଝୀ, ବନଜା ପ୍ରିୟଦର୍ଶିନୀ ରାଉତ,ଏମ୍ ଡି ଜଲାଲୁଦ୍ଦିନ, ପ୍ରସନ୍ନ କୁମାର ନାୟକ , ସଂଯୁକ୍ତ ପ୍ରଧାନ, ଏସ କେ ନୁର୍ଦ୍ଦିନ, ପ୍ରସନ୍ନା ପ୍ରିୟଦର୍ଶିନୀ ସାହୁ, ସ୍ନେହଲତା ପରିଡ଼ା, ରାଜଶ୍ରୀ ପତି, ଏସ କେ ରଇସୁଦ୍ଧିନ ପ୍ରମୁଖ ବିଭିନ୍ନ ପ୍ରତିଯୋଗିତାରେ ବିଚାରକ ଭାବେ ନିରପେକ୍ଷ ବିଚାର ପ୍ରଦାନ କରି ସୁଚାରୁରୂପେ ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ । ଉକ୍ତ ବିଦ୍ୟାଳୟର ଶିକ୍ଷକ ସେକ୍ ରିଯୁୱାନ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande