କୋଲାବିରା କଲେଜ : ତେଜନ ସୋହେଲା ସଭାପତି, ହରେଶ କିସାନ ସାଧାରଣ ସମ୍ପାଦକ, ଶାନ୍ତି ଶୃଙ୍ଖଳା ସହ କୋଲାବିରା କଲେଜରେ ଛାତ୍ର ସଂସଦ ଗଠିତ
End of kolabira college election
କୋଲାବିରା କଲେଜ : ତେଜନ ସୋହେଲା ସଭାପତି, ହରେଶ କିସାନ ସାଧାରଣ ସମ୍ପାଦକ, ଶାନ୍ତି ଶୃଙ୍ଖଳା ସହ କୋଲାବିରା କଲେଜରେ ଛାତ୍ର ସଂସଦ ଗଠିତ


ଝାରସୁଗୁଡ଼ା, ୧୫ ଅକ୍ଟୋବର (ହି.ସ.) - ଝାରସୁଗୁଡ଼ା ଜିଲ୍ଲା କୋଲାବିରା ପଂଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ଚୟନ ମାଧ୍ୟମରେ ଶାନ୍ତିଶୃଙ୍ଖଳା ସହ ନୂତନ ଛାତ୍ର ସଂସଦ ଗଠିତ ହୋଇଯାଇଛି । ସଭାପତି ପାଇଁ ଦୁଇ ଜଣ ପ୍ରାର୍ଥୀ ଓ ଉପସଭାପତି ପାଇଁ ୩ ଜଣ ପ୍ରାର୍ଥୀ ରହିଥିବା ବେଳେ କଲେଜ ପକ୍ଷରୁ ଦସ୍ତଖତ ମାଧ୍ୟମରେ ମତ ସଂଗ୍ରହ କରାଯାଇଥିଲା । ଚଳିତ ବର୍ଷ ଯୁକ୍ତ ତିନି ର ୫ମ ସେମିଷ୍ଟାର ଛାତ୍ର ତେଜନ ସୋହେଲା ସଭାପତି ଓ ହରେଶ କିସାନ ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି । ସୂଚନା ଅନୁଯାୟୀ କଲେଜ ପକ୍ଷରୁ ଚୟନ ପ୍ରକ୍ରିୟା ମାଧ୍ୟମରେ ଛାତ୍ର ନେତା ବାଛିବା ପାଇଁ ସ୍ଥିର ହୋଇଥିଲା । ତେବେ ସଭାପତି ପାଇଁ ତେଜନ ସୋହେଲା ଓ ମନୀଷା ବିଶ୍ୱାଳ ଦୁଇ ଜଣ ପ୍ରାର୍ଥୀ ବାହାରିଥିଲେ । ଏହାସହ ଉପସଭାପତି ପାଇଁ ତିନି ଜଣ ପ୍ରାର୍ଥୀ ଚୁମକି ଉର୍ମା, ପବନ ସାହୁ ଓ ସୁଜାତା ସରାଫ ବାହାରିଥିଲେ । ୧୫୧ ଜଣ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ପେପର ରେ ଦସ୍ତଖତ ମାଧ୍ୟମରେ ସଭାପତି ଓ ଉପସଭାପତି ଙ୍କୁ ଚୟନ କରିଥିଲେ । ସଭାପତି ପଦବୀ ପାଇଁ ତେଜନ ୧୧୩ ଜଣ ଓ ମନୀଷା ଙ୍କୁ ୩୨ ଜଣ ଛାତ୍ର ଛାତ୍ରୀ ଙ୍କ ସମର୍ଥନ ମିଳିଥିଲା । ଏହାସହ ଉପସଭାପତି ପଦବୀରେ ଚୁମକି ଊର୍ମା ଙ୍କୁ ୯୧ ଜଣ, ପବନ ସାହୁଙ୍କୁ ୫୦ ଜଣ ଓ ସୁଜାତା ସରାଫଙ୍କୁ ୭ ଜଣ ଛାତ୍ର ଛାତ୍ରୀଙ୍କ ସମର୍ଥନ ମିଳିଥିଲା । ଫଳରେ ତେଜନ ସୋହେଲା ସଭାପତି ଓ ଚୁମକି ଉରର୍ମା ଉପସଭାପତି ଭାବେ ମନୋନୀତ ହୋଇଥିଲେ । ଅନ୍ୟପକ୍ଷରେ ସାଧାରଣ ସମ୍ପାଦକ, ସହ ସମ୍ପାଦକ, ଖେଳ ସମ୍ପାଦକ, ସାଂସ୍କୃତିକ ସମ୍ପାଦକ, ତିନି ବର୍ଷର ଶ୍ରେଣୀ ପ୍ରତିନିଧି ପାଇଁ ଜଣେ ଲେଖାଏଁ ପ୍ରାର୍ଥୀ ଥିବାରୁ ନିର୍ଦ୍ୱନ୍ଦରେ ଉପରୋକ୍ତ ପଦବୀ ରେ ମନୋନୀତ ହୋଇଥିଲେ । ସାଧାରଣ ସମ୍ପାଦକ ଭାବେ ହରେଶ କିସାନ, ସହସମ୍ପାଦକ ଭାବେ ହରିପ୍ରିୟା ପଧାନ, ଖେଳ ସମ୍ପାଦକ ଭାବେ ସିଲି ବିଜାର, ସାଂସ୍କୃତିକ ସମ୍ପାଦକ ଭାବେ ଦିନେଶ କୁମାର କିସାନ, ପ୍ରଥମ ବର୍ଷର ଶ୍ରେଣୀ ପ୍ରତିନିଧି ଭାବେ ସଲିମ କୁମାର କଂଟା, ଦ୍ୱିତୀୟ ବର୍ଷର ଶ୍ରେଣୀ ପ୍ରତିନିଧି ଭାବେ ତ୍ରିଶଙ୍କର ଉର୍ମା ଓ ତୃତୀୟ ବର୍ଷ ଶ୍ରେଣୀ ପ୍ରତିନିଧି ଭାବେ ସଞ୍ଜୟ କିସାନ ନିର୍ଦ୍ୱନ୍ଦ ରେ ମନୋନୀତ ହୋଇଛନ୍ତି । କଲେଜ ଅଧ୍ୟକ୍ଷ ସୁଶିଲ କୁମାର ନାୟକଙ୍କ ସହ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଏଥିରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande