ଜୟପୁର ଟ୍ୱିଲ୍ସ ସୋ ରୁମରେ ଅଗ୍ନିକାଣ୍ଡ, ୫୦ ଲକ୍ଷ ଟଙ୍କାର କ୍ଷତି
ଜୟପୁର, ୧୫ ଅକ୍ଟୋବର (ହି.ସ.) - କୋରାପୁଟ ଜିଲା ଜୟପୁର ସହର ମୁଖ୍ୟ ରାସ୍ତା ସୌରା ସାହି ଛକ ନିକଟରେ ଥିବା ଟ୍ୱିଲ୍ସ ସୋ ରୁମରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ପ୍ରାୟ ୫୦ ଲକ୍ଷ ଟଙ୍କାର ଡ୍ରେସ ପୋଡି ଯାଇଥିବା ଜଣାଯାଇଛି । ପ୍ରତ୍ୟେକ ଦିନ ପରି ଆଜି ମଧ୍ୟ ଟ୍ୱିଲ୍ସ ସୋ ରୁମରେ ଖୋଲାଯାଇଥିଲା
ଜୟପୁର ଟ୍ୱିଲ୍ସ ସୋ ରୁମରେ ଅଗ୍ନିକାଣ୍ଡ, ୫୦ ଲକ୍ଷ ଟଙ୍କାର କ୍ଷତି


ଜୟପୁର, ୧୫ ଅକ୍ଟୋବର (ହି.ସ.) - କୋରାପୁଟ ଜିଲା ଜୟପୁର ସହର ମୁଖ୍ୟ ରାସ୍ତା ସୌରା ସାହି ଛକ ନିକଟରେ ଥିବା ଟ୍ୱିଲ୍ସ ସୋ ରୁମରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ପ୍ରାୟ ୫୦ ଲକ୍ଷ ଟଙ୍କାର ଡ୍ରେସ ପୋଡି ଯାଇଥିବା ଜଣାଯାଇଛି । ପ୍ରତ୍ୟେକ ଦିନ ପରି ଆଜି ମଧ୍ୟ ଟ୍ୱିଲ୍ସ ସୋ ରୁମରେ ଖୋଲାଯାଇଥିଲା । ସୋରୁମରେ ଗ୍ରାହାକ ଆସିଥିଲେ । ଗ୍ରାହକଙ୍କୁ ଦେଖାଇବା ସମୟରେ ଉପର ମହଲାରେ ହୁ ହୁ ହୋଇ ନିଆଁ ଜଳି ଥିଲା । ଯାହକି ସୋରୁମ ଷ୍ଟୋରରେ ଥିବା ଅଗ୍ନି ନିରାପତା ଦ୍ୱାରା ଆୟତ କରିପାରି ନଥିଲେ । ଫଳରେ ଜୟପୁର ଅଗ୍ନିଶମ ବାହୀନି ପହଂଚିଥିଲେ । ୨ ଟ ଗାଡିି ଘଟଣା ସ୍ଥଳରେ ପହଂଚି ନିଆଁ କୁ ଆୟତ କରିଥିଲେ । ଦୋକାନି ମାଲିକ କହିବା ଅନୁଯାଇ ଦଶହରାରେ ଭଲ ବ୍ୟବସାୟ ପାଇ ଚାହିଁ ରହିଥିଲେ । ଲକ୍ଷ ଲକ୍ଷ ଟଙ୍କାର ଡ୍ରେସ ଆଣି ଉପର ଗୋଦାମ ରେ ରଖିଥିଲେ । ଏମିତି କି ଅନ୍ୟ ଏକ ଷ୍ଟୋରର ଜିନିଷ ମଧ୍ୟ ରଖିଥିଲେ । ହଟାତ ନିଆ ଜାଳି ସବୁ ପାଉଁଶ ହୋଇ ଯାଇଥିଲା । ଏହି ଅଗ୍ନିକାଣ୍ଡରେ ଜଣେ କର୍ମଚାରି ଗୁରୁତର ହୋଇଛନ୍ତି । ତାହାକୁ ପୋଲିସ ଓ ଅଗ୍ସିଶମ ବାହିନି ଉଦ୍ଧାର କରି ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ବିଦ୍ୟୁତ ସର୍ଟ ସାର୍କିଟ ଯୋଗୁଁ ଏପରି ଅଗ୍ନି କାଣ୍ଡ ଘଟିଥାଇ ପାରେ ବୋଲି ସୋ ରୁମ ର ମାଲିକ କହିଛନ୍ତି । ହଠାତ ନିଆ ଲାଗି ଯିବାରୁ ସୋରୁମରେ ଆତଙ୍କ ଖେଳି ଯାଇଥିବା ବେଳେ ଦଶହରା ବିକ୍ରି ପାଇଁ ଆଣି ଗୋଦାମ ରେ ରଖିଥିବା ବିଭିନ୍ନ ନୁଆ ଡ୍ରେସ ମଧ୍ୟ ଜଳି ପୋଡି ନଷ୍ଟ ହୋଇ ଯାଇଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande