
କାଠମାଣ୍ଡୁ, ୧୪ ଅକ୍ଟୋବର (ହି.ସ.)। ନେପାଳରୁ ଭାରତ ଯାଉଥିବା ଯାତ୍ରୀମାନେ ଏଣିକି ଏକ ନିର୍ଦ୍ଦିଷ୍ଟ ପ୍ରକାରର ପାୱାର ବ୍ୟାଙ୍କ ନିଜ ସହିତ ନେଇଯାଇପାରିବେ ନାହିଁ। ନେପାଳ ଏୟାରଲାଇନ୍ସ ପକ୍ଷରୁ ଏକ ସୂଚନା ଜାରି କରି ଏହି ନିଷ୍ପତ୍ତି ସମ୍ପର୍କରେ ଜଣାଇ ଦିଆଯାଇଛି। ଭାରତର ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ)ର ସର୍କୁଲାର ଆଧାରରେ ଏହି କଟକଣା ଲଗାଯାଇଛି।
ନୂଆ ନିୟମ ଅନୁଯାୟୀ, ମୋବିକିନ୍ସ ଏମ୍କେ ପିବି-୦୪ ପାୱାର ବ୍ୟାଙ୍କକୁ ଭାରତରୁ କିମ୍ବା ଭାରତ ଅଭିମୁଖେ ଚଳାଚଳ କରୁଥିବା କୌଣସି ବିମାନରେ ନେବା ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ଯାତ୍ରୀମାନେ ଏହାକୁ କ୍ୟାବିନ୍ ହ୍ୟାଣ୍ଡବ୍ୟାଗ୍, ଚେକ୍-ଇନ୍ ଲଗେଜ୍ କିମ୍ବା କାର୍ଗୋରେ ମଧ୍ୟ ନେଇପାରିବେ ନାହିଁ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନରେ ଜଣେ ଯାତ୍ରୀଙ୍କ ପାୱାର ବ୍ୟାଙ୍କରେ ନିଆଁ ଲାଗିଯାଇଥିଲା। ଏହି ଘଟଣା ପରେ ବିମାନଟିକୁ ହାଇଦ୍ରାବାଦ ଅଭିମୁଖେ ମୋଡ଼ାଯାଇ ସେଠାରେ ଜରୁରୀକାଳୀନ ଅବତରଣ କରାଯାଇଥିଲା।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା