
ବଲାଙ୍ଗୀର, ୧୫ ଅକ୍ଟୋବର(ହି.ସ.) – କ୍ଷୁଦ୍ର ଜଳସେଚନ ବିଭାଗର ନୂତନ ଅଧିକ୍ଷଣ ଯନ୍ତ୍ରୀ ଉମା ଶଙ୍କର ସାହୁ ବଲାଙ୍ଗୀରରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ବିଦାୟୀ ଅଧିକ୍ଷଣଯନ୍ତ୍ରୀ ରବିନ୍ଦ୍ରନାଥ ସେଠୀଙ୍କ କାର୍ଯ୍ୟପ୍ରଣାଳୀ ବଲାଙ୍ଗୀରରେ ବିଭିନ୍ନ କାର୍ଯ୍ୟ ପାଇଁ ଚର୍ଚ୍ଚିତ ହୋଇଥିବାବେଳେ ନୂତନ ଯନ୍ତ୍ରୀ ରବିନ୍ଦ୍ରନାଥ ସେଠିଙ୍କ ପାଇଁ ବନ୍ୟା ପ୍ରପିଡ଼ିତ ବଲାଙ୍ଗୀରକୁ ନିଶ୍ଚିତ ସ୍ଥାୟୀ ଉପସମ ଏବଂ ସେଚ ପ୍ରଣାଳି ପାଇଁ ଆହ୍ୱାନ ସୃଷ୍ଟି କରିଛି। ବଲାଙ୍ଗୀରରେ ବର୍ଷା ଜଳ ନିଷ୍କାସନ ଏବଂ ଲକ୍ଷ୍ମୀଯୋର ନାଳର ଲୋକାଭିମୁଖି ପରିଚାଳନାକୁ ନେଇ ଶ୍ରୀ ସାହୁଙ୍କ ପାଇଁ ବହୁ ପରୀକ୍ଷା ନିରୀକ୍ଷାର ଅବକାଶ ସୃଷ୍ଟି ହୋଇଛି। ନୂତନ ଯନ୍ତ୍ରୀଙ୍କ ଦାୟିତ୍ୱ ଗ୍ରହଣ ଅବକାଶରେ ଉପବିଭାଗୀୟ ଅଧିକାରୀ ପ୍ରଦିପ ଭୋଇଙ୍କ ପୌରହିତ୍ୟରେ ସହକାରୀ ନିର୍ବାହୀଯନ୍ତ୍ରୀ ମାନଭଞ୍ଜନ ଶତପଥି, କିରଣବାଳା ଭୋଇ, ମୁରଲିଧର ମହାଲିଙ୍ଗ, ସଂଗୀତା ମିଂଚ, ସନ୍ଧ୍ୟାରାଣୀ ଭୋଇ, ଜାହିଦା ନିଶା ବେଗମ, ଦୟାନିଧି ପୁରୋହିତ, କୋବିନ ବେହେରା ପ୍ରମୁଖ ନୂତନ ଅଧିକାରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରି ସମ୍ବର୍ଦ୍ଧିତ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ