ପାଳିଆବିନ୍ଧା କଲେଜ ଛାତ୍ର ସଂସଦ ନିର୍ବାଚନ, ସଭାପତି ଓ ସଧାରଣ ସାମ୍ପଦକ ଜିତିଲା ଏବିଭିପି,ଉପସଭାପତି ଓ ସହ ସାଧାରଣ ସମ୍ପାଦକ ବିସିଜେଡ଼ି ଜିତିଛି
ଭଦ୍ରକ, ୧୫ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ ପାଳିଆବିନ୍ଧାସ୍ଥିତ ବିରଂଚି ନାରାୟଣ ମାଧବ ଅର୍ଜୁନ (ବିଏନଏମଏ) କଲେଜରେ ଗୁରୁବାର ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନର ଫଳାଫଳ ସରକାରୀ ଭାବେ ଘୋଷିତ ହୋଇଛି। ନିର୍ବାଚନରେ ଏବିଭିପି ଛାତ୍ର ସଙ୍ଗଠନ ସଭାପତି ଓ ସାଧାରଣ ସମ୍ପାଦକ ପଦବୀ
PALIABINDHA COLLEGE ELECTION


ଭଦ୍ରକ, ୧୫ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ ପାଳିଆବିନ୍ଧାସ୍ଥିତ ବିରଂଚି ନାରାୟଣ ମାଧବ ଅର୍ଜୁନ (ବିଏନଏମଏ) କଲେଜରେ ଗୁରୁବାର ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନର ଫଳାଫଳ ସରକାରୀ ଭାବେ ଘୋଷିତ ହୋଇଛି। ନିର୍ବାଚନରେ ଏବିଭିପି ଛାତ୍ର ସଙ୍ଗଠନ ସଭାପତି ଓ ସାଧାରଣ ସମ୍ପାଦକ ପଦବୀରେ ବିଜୟୀ ହୋଇଥିବା ଜଣାପଡିଛି। ସଭାପତି ପଦବୀରେ ଅମନ କୁମାର ସାହୁ, ଉପ ସଭାପତି ବିସିଜେଡିର ସୁମନ୍ତ କୁମାର ମଲିକ, ସାଧାରଣ ସମ୍ପାଦକ ଏବିଭିପିର ନିବେଦିତା ଦାସ, ସହ ସାଧାରଣ ସମ୍ପାଦକ ବିସିଜେଡିର ସତ୍ୟ ନାରାୟଣ ନାୟକ ବିଜୟୀ ହୋଇଥିବା ଜଣାପଡିଛି। ସେହିପରି ଏବିଭିପିର କ୍ରୀଡ଼ା ସମ୍ପାଦକ ସତ୍ୟଜିତ ବେହେରା, କ୍ରୀଡ଼ା ସହ ସମ୍ପାଦକ ଗାୟତ୍ରୀ ବେହେରା, ନାଟ୍ୟ ସମ୍ପାଦକ ବର୍ଷାରାଣୀ ନାୟକ, ନାଟ୍ୟ ସହ ସମ୍ପାଦକ ବରଦା ପ୍ରସାଦ ପଣ୍ଡା, ଡିଏସଏ ସମ୍ପାଦକ ସଂଘମିତ୍ରା ନାଥ, ଡିଏସଏ ସହ ସମ୍ପାଦକ ସୌଭାଗ୍ୟଲଷ୍ମୀ ବେହେରା , ଶ୍ରେଣୀ ପ୍ରତିନିଧି ବ୍ରଜ କିଶୋର ଦଳେଇ,ସ୍ମିତାଞ୍ଜଳୀ ପଣ୍ଡା,ନବୀନ କୁମାର ସାମଲ ବଜୟୀ ହୋଇଥିବା ଜଣାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande