
ଖୋର୍ଦ୍ଧା, ୧୫ ଅକ୍ଟୋବର(ହି.ସ.) – ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟରେ ନିର୍ବାଚନର ଫଳାଫଳ ଗୋଷିତ ହୋଇଛି। ତେବେ ସଭାପତି ଭାବେ ଏବିଭିପିର ପ୍ରାର୍ଥୀ ଡି ନନ୍ଦିନୀ ବିଜୟ ହୋଇଛନ୍ତି। ଉପ-ସଭାପତି ଭାବେ ଦଧିବାମନ ଦାସ, ସମ୍ପାଦକ ଭାବେ ମାନସ ରଞ୍ଜନ ସାହୁ, ସହ ସମ୍ପାଦକ ଭାବେ ସଞ୍ଜିତ କୁମାର ସେଠୀ, କମାନରୁମ ସମ୍ପାଦକ ଭାବେ ତ୍ରିଲୋଚନ ମହାରଣା, ନାଟ୍ୟ ସମ୍ପାଦକ ଭାବେ ରଘୁନାଥ ସେଠୀ, ସହ ନାଟ୍ୟ ସମ୍ପାଦକ ପ୍ରିୟଦର୍ଶିନୀ ବେହେରା, ଆଥେଲେଟିକ ସମ୍ପାଦକ ଭାବେ ଆଶ୍ରିପଦ ମିଶ୍ର, ଏସଏସଜି ସମ୍ପାଦକ ଭାବେ ଲକ୍ଷ୍ମୀପ୍ରିୟା ବେହେରା, ଷ୍ଟୁଡେଂଟ କମନ ରୁମ୍ ସମ୍ପାଦକ ଭାବେ ଲକ୍ଷ୍ମୀପ୍ରିୟା ପ୍ରିୟଦର୍ଶିନୀ, କମର୍ସ ସୋସାଇଟି ସମ୍ପାଦକ ଭାବେ ମନୋଜ ବାରିକ, ସାଇନ୍ସ ସୋସାଇଟି ସମ୍ପାଦକ ଭାବେ ସୁଜଲ ଦାସ, ଡିଏସ୍ଏ ସମ୍ପାଦକ ଭାବେ ପ୍ରୀତିଶ ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରାକେଶ